ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ‘ଲହରୀ’କୁ ମିଳିଲା

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର…

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଗୁଜୁରାଟର ଏକତା ନଗରଠାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଓ ପ୍ରଯୋଜକ ଝିଲିକ୍ ଭଟ୍ଟାଚାର୍ଯ୍ୟ ଏହି ପୁରସ୍କାର ଗ୍ରହଣ କରିଥିଲେ। ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ‘ଦାଦାସାହେବ ଫାଲ୍‌କେ’ ପୁରସ୍କାରରେ ବରିଷ୍ଠ ଅଭିନେତା ଅନନ୍ତ ନାଗଙ୍କୁ ସମ୍ମାନିତ କରାଯାଇଛି ।
ଏଥିରେ ଓଡ଼ିଶାର ଗ୍ରାମୀଣ ପରିବେଶ, ବାପା-ପୁଅଙ୍କ ସମ୍ପର୍କର କାହାଣୀ, ବନ୍ଧୁତ୍ୱ ଏବଂ ଗାଁରେ ‘ଇକୋ-ଟୁରିଜିମ୍’ ମାଧ୍ୟମରେ ଲୋକଙ୍କ ବିକାଶକୁ ଖୁବ୍ ସୁନ୍ଦର ଭାବେ ଦର୍ଶାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରିବା ପରେ ନିଜର ୫୦ ବର୍ଷର ସିନେମା ଯାତ୍ରା ଓ ନାଟକ ପ୍ରତି ଥିବା ଭଲପାଇବା ସମ୍ପର୍କରେ ସ୍ମରଣ କରି ଅନନ୍ତ ନାଗ କୃତଜ୍ଞତା ଜ୍ଞାପନ କରିଛନ୍ତି ।