ମୁମ୍ବାଇରେ ପତ୍ନୀ ପ୍ରିୟଙ୍କା ଓ କନ୍ୟାଙ୍କ ସହିତ ହୋଲି ପାଳିବେ ନିକ୍‌ ଜୋନାସ

ମୁମ୍ବାଇ: ସଂଗୀତ ଲେଖକ ଓ ଗାୟକ ନିକ୍‌ ଜୋନାସ ଏବେ ମୁମ୍ବାଇରେ ଅଛନ୍ତି । ଦୁଇ ଭାଇ ଜୋଏ ଓ କେଭିନଙ୍କ ସହିତ ନିକ୍‌ ମୁମ୍ବାଇ ଆସିବା ପଛରେ କେବଳ ମନୋରଂଜନ ନୁହେଁ । ପତ୍ନୀ ପ୍ରିୟଙ୍କା ଚୋପ୍ରା ଓ ଝିଅ ସହିତ ହୋଲି ପାଳନ କରିବା ତାଙ୍କର ଆଉ ଏକ ଅଭିଳାଷ । ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ ଧଳାସାର୍ଟକୁ ମ୍ୟାଚିଂ ପ୍ୟାଂଟ ଓ ଜୋତା ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।

କଳାରଙ୍ଗର ସ୍ଲିଙ୍ଗ୍‌ ବ୍ୟାଗଟିକୁ ପିଠିରେ ପକାଇ ନିକ୍‌ ବିମାନ ବନ୍ଦର ବାହାରକୁ ଆସିଲା ବେଳେ କାମଳ ରିପୋର୍ଟର ଓ ପ୍ରଶଂସକମାନଙ୍କୁ ଦେଖି ହାତ ହଲାଇ ଅଭିବାଦନ କରୁଥିଲେ ।

ଇତିମଧ୍ୟରେ ପ୍ରିୟଙ୍କାଙ୍କ ଅଭିନୀତ ‘ହେଡ୍ସ ଅଫ୍‌ ଦି ଷ୍ଟେଟ୍‌’ ସୁଟିଂ ଏବେ ଜୋରସୋରରେ ଆଗେଇ ଚାଲିଛି । ସୁଟିଂ ବ୍ୟସ୍ତତା ଭିତରେ ମଧ୍ୟ କିଛି ସମୟ ବାହାର କରି ପ୍ରିୟଙ୍କା ନିକଙ୍କ ସହିତ ରହିବେ ।