‘ନୋ ଏଂଟ୍ରି-୨’ରେ ନାହାନ୍ତି ସଲମନ, ଅନିଲ, ଫରଦିନ

୨୦୦୫ରେ ଅନିସ ବଜ୍‌ମୀଙ୍କ ନିର୍ଦ୍ଦେଶିତ ଓ ବୋନୀ କପୁରଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ନୋ ଏଂଟ୍ରି’ରେ ଅନିଲ କପୁର, ସଲମନ ଖାନ ଓ ଫରଦିନ ଖାନ ଅଭିନୟ କରିଥିଲେ ।  ଚଳଚ୍ଚିତ୍ରଟି ସେହି ବର୍ଷ ବକ୍ସ ଅଫିସରେ ସୁପର୍‌ ହିଟ୍‌ ହୋଇଥିଲା । ପ୍ରଯୋଜକଙ୍କ ପାଣ୍ଠିକୁ ବେଶ ମୋଟାଅଙ୍କ ଯାଇଥିଲା ।

ସିନେପ୍ରେମୀ ‘ନୋ ଏଂଟ୍ରି’ର ଦ୍ୱିତୀୟ ସଂସ୍କରଣକୁ ବେଶ ଉକ୍ରଣ୍ଠାର ସହ ଅପେକ୍ଷା କରିଥିଲେ । ମାତ୍ର ସେପରି କିଛି ଲକ୍ଷଣ ଦେଖାଗଲାନି । ସିନେପ୍ରେମୀଙ୍କ ମନରୁ ‘ନୋ ଏଂଟ୍ରି’ ଲିଭିଗଲା ପରେ ‘ନୋ ଏଂଟ୍ରି-୨’ ପର୍ବ ଆରମ୍ଭ ହୋଇଗଲାଣି । ମୁଖ୍ୟ ଚରିତ୍ରରେ କୋଉମାନେ ଅଭିନୟ କରିବେ; ତାହା ଚୂଡ଼ାନ୍ତ ହୋଇନି ।

ଚଳଚ୍ଚିତ୍ରଟିର କାହାଣୀ ଓ ସଂଳାପ ଲେଖିଛନ୍ତି ଅନିସ ବଜ୍‌ମୀ । ସେ ହିଁ ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା ଦେବେ । ବୋନୀ କପୁର ଓ ଜି ଷ୍ଟୁଡିଓ ମିଳିତ ଭାବେ ପ୍ରଯୋଜନା ଭାର ବହନ କରିଛନ୍ତି ।

ଶୁଣିବାକୁ ମିଳିଛି ଉକ୍ତ ଚଳଚ୍ଚିତ୍ରରେ ବରୁଣ ଧବନ, ଅର୍ଜୁନ କପୁର ଓ ଦିଲଜିତ ଅଭିନୟ କରିବେ ।