160×600
160×600

ଏହି ସେବା ପାଇଁ ହ୍ୱାଟ୍ସଆପ୍‌ ନବ ଟଙ୍କା

ନୂଆଦିଲ୍ଲୀ: ଏମିତି ତ ହ୍ୱାଟ୍ସଆପ୍‌ ଜରିଆରେ ଆପଣମାନେ ବହୁତ ମାଗଣା ସେବା ପାଉଛନ୍ତି । ମାତ୍ର ଏଣିକି ଚାଟ୍‌ ବ୍ୟାକ୍‌ ଅପ୍‌ ପାଇଁ ଆପଣଙ୍କୁ ଦେୟ ଗଣିବାକୁ ପଡ଼ିବ ।

ମନରେ ପ୍ରଶ୍ନ ଉଠୁଥିବ, ଚାଟ୍‌ ବ୍ୟାକ୍‌ ଅପ୍‌ ପାଇଁ ଦେୟ କ’ଣ ପାଇଁ? ତା’ର ଜବାବରେ ହ୍ୱାଟ୍ସଆପ୍‌ କହିଛି ଯେ ସେ ଚାଟ୍‌ ବ୍ୟାକ୍‌ ଅପ୍‌ ପାଇଁ ଗୁଗୁଲ ଡ୍ରାଇଭକୁ ବ୍ୟବହାର କରୁଛି । ଅବଶ୍ୟ ଚାଟ୍‌ ବ୍ୟାକ୍‌ ଅପ୍‌ ପାଇଁ ୧୫ ଜିବି ମାଗଣା ରହିଛି । ତା’ଠାରୁ ଅଧିକ ବ୍ୟାକ୍‌ ଅପ୍‌ ପାଇଁ ଅତିରିକ୍ତ ଦେୟ ଗଣିବାକୁ ପଡିବ ।