ମାପି ଚୁପି ତର୍ଜମା କରୁଛନ୍ତି ବାଣୀ କପୁର

ତରତର ହୋଇ ଗୁଡ଼ାଏ ଫିଲ୍ମ ସାଇନ କଲେ କିଛି ଲାଭ ନାହିଁ….

ମୁମ୍ବାଇ: ବଲିଉଡ ହଟ ଅଭିନେତ୍ରୀ ବାଣୀ କପୁର କୌଣସି ନୂଆ ଅଫର ପାଇବା ମାତ୍ରେ ତାହାକୁ ଭଲ ଭାବରେ ତର୍ଜମା କରୁଛନ୍ତି । ଏପରି ଚିନ୍ତାଧାରା ପାଇଁ ବେଶ କେତୋଟି ଅଫର ତାଙ୍କ ହାତରୁ ଖସି ବି ଯାଇଛି । ହେଲେ ଏ ସମ୍ପର୍କରେ ବାଣୀ କହନ୍ତି ବର୍ତ୍ତମାନ ମୋ କ୍ୟାରିୟରକୁ ନେଇ ମୁଁ ବେଶ ସିରିୟସ । ଏଣିକି ଦେଖିଚାହିଁ ଫିଲ୍ମ ସାଇନ କରିବି । ତରତର ହୋଇ ଗୁଡ଼ାଏ ଫିଲ୍ମ ସାଇନ କଲେ କିଛି ଲାଭ ନାହିଁ । ଅନ୍ୟପକ୍ଷରେ ବାଣୀଙ୍କୁ ଯେତେବେଳେ ଅବସର ମିଳେ ସେ ଚାଲିଯାଆନ୍ତି ନିଜେ ତିଆରି କରିଥିବା ମିନି ଚିଡ଼ିଆଖାନାକୁ । ସେଠାରେ ସେ କିଛି କୁକୁର, ବିଲେଇ, ବତକ ଆଦି ପାଳିଛନ୍ତି । ପିଲାଟି ଦିନରୁ ପଶୁପକ୍ଷୀଙ୍କ ପ୍ରେମରେ ପଡ଼ିଯାଇଥିଲେ ସେ । ଏବେ ସେମାନଙ୍କ ପାଇଁ କାମ ମଧ୍ୟ କରୁଛନ୍ତି ।