ଚୀନ୍‌ର ନିରବ ଯୁଦ୍ଧରେ ୬୪,୨୦,୦୩୮ ମୃତ

ଯୁକ୍ତରାଷ୍ଟ୍ର ଆମେରିକାର ବଡ଼ଭାଇ ପଣିଆକୁ ଖତମ କରିବା ପାଇଁ ଚୀନ୍‌ ଚତୁରତାର ସହ କରୋନା…..

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ବଡ଼ଭାଇ ପଣିଆକୁ ଖତମ କରିବା ପାଇଁ ଚୀନ୍‌ ଚତୁରତାର ସହ କରୋନା ମହାମାରୀ ଅସ୍ତ୍ର ପ୍ରୟୋଗ କରି ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍‌ ପ୍ରଭୃତି ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକର ପ୍ରତିରୋଧକ ଶକ୍ତି ପରୀକ୍ଷା କରିଥିଲା । ଆଧୁନିକ ଚିକିତ୍ସା ଶାସ୍ତ୍ରରେ ଅଧିକାଂଶ ଦେଶ ଚିତ୍‌ ମାରିଥିବା ବେଳେ ରୁଷିଆ, ଯୁକ୍ତରାଷ୍ଟ୍ର ଆମେରିକା, ଭାରତ ଭଳି ରାଷ୍ଟ୍ର କରୋନା ପ୍ରତିଷେଧକ ଟୀକା ବିକାଶ କରିବା ବେଳକୁ ମହାମାରୀ କରୋନା ୬୪ ଲକ୍ଷ ୨୦ ହଜାର ୩୮ ଜଣଙ୍କୁ ବଳି ପକାଇ ସାରିଲାଣି ।

ଏବେ ବିଶ୍ୱର ଅଧିକାଂଶ ରାଷ୍ଟ୍ର କରୋନାର ଚତୁର୍ଥ ଅବତାରରେ ଛଟପଟ ହେଉଛନ୍ତି । ଆହୁରି ଚାରି ପାଂଚ ବର୍ଷ ଧରି କରୋନା ବିଶ୍ୱବାସୀଙ୍କୁ ଦହଗଞ୍ଜ କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂତ୍ରରୁ ପ୍ରକାଶ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏତେ ସବୁ କ୍ଷତି ସହିବା ପରେ ମଧ୍ୟ ଅଧିକାଂଶ ଦେଶ ଚୀନକୁ ଖୋଲାଖୋଲି ନିନ୍ଦା କରିବାକୁ ପ୍ରସ୍ତୁତ ନୁହନ୍ତି । ଏପରିକି ଲଦାଖ ସୀମା ନିକଟରେ ଚୀନ୍‌ର ଔଦ୍ଧତ୍ୟକୁ ଭାରତ କଡ଼ା ସମାଲୋଚନା କରୁଥିଲା ବେଳେ କରୋନା ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବତା ରକ୍ଷା କରିଛି