‘ଜର୍ସି’ ଗାର୍ଲ ମୃଣାଳଙ୍କୁ କରୋନା

ମୁମ୍ବାଇ : ପୁଣି ଜଣେ ବଲିଉଡ୍‌ ଅଭିନେତ୍ରୀ ମୃଣାଳ ଠାକୁରଙ୍କ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ମୋ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ତାଙ୍କର ସାମାନ୍ୟ ଲକ୍ଷଣ ଥିବା ସହ ସେ କରୋନାର ସମସ୍ତ ନିୟମ ପାଳନ କରୁଛନ୍ତି । ଡାକ୍ତରଙ୍କ ପରାମର୍ଶରେ ଔଷଧ ନେଉଛନ୍ତି ।

ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ସେ କରୋନା ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି । ଏଥିସହ ଏହି ରୋଗଠାରୁ ନିଜକୁ ଦୂରେଇ ରଖିବା ପାଇଁ ସେ ତାଙ୍କ ଫ୍ୟାନ୍‌ମାନଙ୍କୁ ନିବେଦନ କରିଛନ୍ତି ।