ଟିକା ନେଇନଥିଲେ ଘରୁ ବାହାରିବା ମନା

ଜୟପୁର: ସାରା ଦେଶରେ ଓମକ୍ରିନ ତାର କାୟା ବିସ୍ତାର କରିଚାଲିଛି । ଭାରତ ମଧ୍ୟ ଏଥିରୁ ବାଦ ପଡିନି । ସେହିପରି ରାଜସ୍ଥାନରେ ମଧ୍ୟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡିଛି । ଏନେଇ ରାଜସ୍ଥାନ ସରକାର ଏକ ନୂଆ କଟକଣା ଲଗାଇବା ନେଇ ଜଣାପଡିଛି । ରାଜସ୍ଥାନରେ ସଂପୂର୍ଣ୍ଣ କୋଭିଡ ଟିକା ନେଇ ନଥିବା ବ୍ୟକ୍ତି ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି ।

ଗେହଲଟଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସେ କହିଥିଲେ ଯେ, ସଂକ୍ରମଣ ସମୟରେ ରାଜ୍ୟରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ଓମିକ୍ରନ ଭାରିଆଣ୍ଟ ଏହାର ରୂପ ନ ବଦଳାଇବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ । ଏଣୁ ଏହାକୁ ହାଲୁକା ଭାବରେ ନ ନେଇ ଏବେଠାରୁ ସଚେତନ ହେବା ଆବଶ୍ୟକ ବୋଲି ଗେହଲଟ କହିଛନ୍ତି ।