ମା’ ହେଲେ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ

ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ମା’ ହୋଇଛନ୍ତି….

ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ମା’ ହୋଇଛନ୍ତି। ଆଜି ତାଙ୍କର ଏକ ପୁତ୍ର ସନ୍ତାନ ହୋଇଛି। ସ୍ବାମୀ ଗୌତମ କିଚଲୁଙ୍କ ସହିତ ସେ ତାଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ତେବେ କାଜଲ ଓ ଗୌତମ ଏଯାଏ ଏ ଖବର ଘୋଷଣା କରି ନାହାନ୍ତି। କିନ୍ତୁ ଏ ଖବର ସତ ବୋଲି ସ୍ପଷ୍ଟ କରିଛନ୍ତି କାଜଲଙ୍କ ଭଉଣୀ ନିଶା ଅଗ୍ରଓ୍ବାଲ। ସେ ଏକ ଜାତୀୟ ଗଣମାଧ୍ୟମକୁ ଏ କଥା କହିଛନ୍ତି। ଆଜି ସକାଳେ କାଜଲ ଏକ ଶିଶୁପୁତ୍ର ପ୍ରସବ କରିଥିବା କଥା ସେ କହିଛନ୍ତି। କାଜଲ ଓ ଗୌତମଙ୍କ ବାହାଘର ୨୦୨୦ ଅକ୍ଟୋବର ୩୦ ତାରିଖରେ ହୋଇଥିଲା। ୨୦୨୨ ଜାନୁଆରୀ ୧ ତାରିଖରେ କାଜଲ ଗର୍ଭବତୀ ଥିବା ଜଣାପଡ଼ିଥିଲା। କାଜଲ ଓ ତାଙ୍କ ସ୍ବାମୀ ଏହି ଘୋଷଣା କରିଥିଲେ। କାଜଲ ଗର୍ଭବତୀ ଥିବା ସମୟରେ ସୋଶାଲ ମିଡିଆରେ ଅନେକ ଫଟୋ ଶେଆର କରିଥିଲେ।

ସୂଚନାଯୋଗ୍ୟ, ଉଭୟ ବଲିଉଡ୍‌ ଓ ସାଉଥ୍ ଇଣ୍ଡଷ୍ଟ୍ରୀରେ କାମ କରିଛନ୍ତି କାଜଲ। ସେ ତେଲୁଗୁ, ତାମିଲ ଓ ହିନ୍ଦୀରେ ୫୦ରୁ ଅଧିକ ଫିଲ୍ମ କରିଛନ୍ତି।