ମାଷ୍ଟରକ୍ୟାଣ୍ଟିନ୍‌ ତାରିଣୀ ମନ୍ଦିର ଉଚ୍ଛେଦ

ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ମା’ ତାରିଣୀଙ୍କ ମନ୍ଦିର ଭାଙ୍ଗିବାକୁ ପଡିଛି…

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ମା’ ତାରିଣୀଙ୍କ ମନ୍ଦିର ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ଭଙ୍ଗାଗଲା । ସୂଚନା ଯୋଗ୍ୟ, ରାସ୍ତା ପ୍ରଶସ୍ତ କରିବାକୁ ମନ୍ଦିର ଭାଙ୍ଗିବାକୁ ପଡିଛି । ବିଏମସି ଓ ବିଏସସିଏଲ ଅଧିକାରୀଙ୍କ ମିଳିତ ଉଦ୍ୟମରେ ମା’ ତାରିଣୀଙ୍କ ମନ୍ଦିର ଉଚ୍ଛେଦ ହୋଇଛି ।

ସେହିପରି ମନ୍ଦିର ନଭାଙ୍ଗିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ପୂଜକ କହିଛନ୍ତି । ଏହା ସହିତ ମେ ୫ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ଲାଗି କୋର୍ଟଙ୍କ ନିର୍ଦ୍ଦେଶ ଥିବା ସେ କହିଛନ୍ତି । ଏହି ସମୟରେ ଘଟଣାସ୍ଥଳରେ ବହୁତ ଚାପା ଉତ୍ତେଜନା ଦେଖାଦେଇଛି।