ମାଲକାନଗିରିରେ ଚାଲିଛି ପୁଷ୍ପା-୨ର ସୁଟିଂ

ମାଲକାନଗିରି: ସାଉଥ୍ ଇନଡସଟ୍ରି ରେ ପୁଷ୍ପା ଚଳଚ୍ଚିତ୍ର ସୁପର ଡୁପର ହିଟ୍ ହୋଇଥିଲା। ପୁନର୍ବାର ଏହି ଚଳଚ୍ଚିତ୍ରର ୨ୟ ଭାଗ ଗତ କିଛି ଦିନ ତଳେ ମୈତ୍ରୀ ମୁଭି ମେକର ଟିମ୍ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସ୍ଥିତ ମାନ୍ୟମକୋଣ୍ଡାର ପୋଲୁର ଠାରେ ପହଞ୍ଚି ପ୍ରାକୃତିକ ଜଙ୍ଗଲ ସହିତ ନଦୀ କୂଳରେ ସୁଟିଂ ପାଇଁ ଜାଗା ଚିହ୍ନଟ କରିଥିଲେ। ପରେ ପରେ ଗତ ଚାରିଦିନ ଧରି ଟିମ୍ ପୋଲୁର ଠାରେ ପହଞ୍ଚି ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି।

ପୁଷ୍ପା ୨ ଚଳଚ୍ଚିତ୍ର ପାଇଁ ସମସ୍ତ ସୁଟିଂ ଇକୁଭମେନ୍ଟ ମଧ୍ୟ ଖୁବ୍ କମ୍ ସମୟ ମଧ୍ୟରେ ପହଞ୍ଚି ଯାଇଥିଲା। ସବୁ ଠାରୁ ବଡ଼କଥା ହେଉଛି। ସୁଟିଂ ଚାଲିଥିବା ସ୍ଥାନରେ ଆଖପାଖ ଗ୍ରାମର ଯୁବକମାନେ ମଧ୍ୟ ପୁଷ୍ପା ୨ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ପାଇବା ପରେ, ୨ପଇସା ରୋଜଗାର କରିବା ସହିତ ସୁଟିଂ ର ମଜା ନେଉଛନ୍ତି ।