ଫିଲ୍ମ ‘ପୃଥୀରାଜ୍‌’ର ଗୀତ ‘ମଖମଲୀ’ର ଟିଜର ରିଲିଜ୍‌

ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୃଥୀରାଜ୍‌’ର ରିଲିଜ୍ ପାଇଁ ପ୍ରସ୍ତୁତ…

ମୁମ୍ବାଇ: ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୃଥୀରାଜ୍‌’ର ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟ ନିର୍ମାତା ଫିଲ୍ମର ପୋଷ୍ଟର, ଗୀତ ଏବଂ ଫିଲ୍ମରଙ ଟିଜର ରିଲିଜ କରୁଛନ୍ତି । ସେମାନଙ୍କୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ପ୍ରତି ଆଗ୍ରହ ମଧ୍ୟ ବଢୁଛି। ଏହି ସମୟରେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅକ୍ଷୟ କୁମାରଙ୍କର ଆଉ ଏକ ଗୀତର ଟିଜର ରିଲିଜ୍ ହୋଇଛି। ଏହି ଗୀତର ନାମ ହେଉଛି ‘ମଖମଲୀ’ ଯାହା ଏକ ରୋମାଣ୍ଟିକ୍ ଗୀତ ।

ତେବେ ଏହି ‘ମଖମଲୀ’ ଗୀତର ଟିଜରକୁ ଅକ୍ଷୟ କୁମାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ସହ କ୍ୟାପସନ୍‌ରେ ଲେଖିଛନ୍ତି କି ସମ୍ମାନ ଏବଂ ଭକ୍ତିର ପ୍ରତିଜ୍ଞା ସହିତ ‘ମଖମଲୀ ‘ ଗୀତର ଟିଜରକୁ ବର୍ତ୍ତମାନ ଅନୁଭବ କରନ୍ତୁ ଏବଂ ଏହାକୁ କେବଳ ସିନେମା ଘରେ ହିଁ ଦେଖନ୍ତୁ! ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ । ୩ ଜୁନ୍ ରେ ପୃଥୀରାଜ୍‌ ଫିଲ୍ମକୁ ଆପଣଙ୍କ ନିକଟ ସିନେମା ହଲରେ ଦେଖନ୍ତୁ ।