ପ୍ରଧାନମନ୍ତ୍ରୀଙ୍କ ନୂଆ ବ୍ୟକ୍ତିଗତ ସଚିବ ହେଲେ ବିବେକ କୁମାର

ଆଇଏଫଏସ ବିବେକ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୂଆ ବ୍ୟକ୍ତିଗତ ସଚିବ ଭାବେ….

ନୂଆଦିଲ୍ଲୀ : ଆଇଏଫଏସ ବିବେକ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୂଆ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ବିବେକ କୁମାର ୨୦୦୪ ବ୍ୟାଚର ଆଇଏଫଏସ ଅଧିକାରୀ । ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଥିଲେ । ପୂର୍ବରୁ ସେ ୨୦୧୩-୧୪ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିଲେ । ଆଇଆଇଟି ବମ୍ବେରୁ ବିକେଟ ହାସଲ କରିଥିବା ବିବେକ ୨୦୧୪ରେ ହିଁ ପିଏମଓ ସହ ସଂଶ୍ଳିଷ୍ଟ ହୋଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ନିଯୁକ୍ତି କମିଟି ବୈଠକରେ ତାଙ୍କ ନିଯୁକ୍ତିକୁ ମଞ୍ଜୁରି ମିଳିଛି । ୪୬ ବର୍ଷୀୟ ବିବେକ କୁମାର ରାଜସ୍ଥାନର ଝୁଣ୍ଡୁନୁ ଜିଲ୍ଲା ବସନ୍ତ ବିହାର କଲୋନୀ ନିବାସୀ । ତାଙ୍କୁ ଏହି ନୂଆ ଦାୟିତ୍ୱ ମିଳିବା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।