‘ଭୁଲ ଭୁଲୈୟା-୨’ ୩ ଦିନରେ ୫୦କୋଟି ପାର୍‌

ବକ୍ସ ଅଫିସରେ କମାଲ୍‌ କରୁଛି କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲୈୟା….

ମୁମ୍ବାଇ: ବକ୍ସ ଅଫିସରେ କମାଲ୍‌ କରୁଛି କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲୈୟା-୨’। ମୁକ୍ତିଲାଭର ପ୍ରଥମ ଦିନରେ ୧୪.୧୧ କୋଟି ଟଙ୍କା ଆୟ କରିଥିବା ଏହି ଚଳଚ୍ଚିତ୍ର ୩ ଦିନରେ ୫୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ କରିଛି। ‘ଭୁଲ ଭୁଲୈୟା-୨’ ୩ ଦିନରେ ଭାରତୀୟ ବଜାରରେ ୫୫.୯୬ କୋଟି ଟଙ୍କା ଆୟ କରିଛି। ହିନ୍ଦୀ ଚଳଚ୍ଚିତ୍ରର ଆଜୀବନ ଆୟ ୨୦ କୋଟିରେ ସୀମିତ ରହୁଥିବା ବେଳେ ‘ଭୁଲ ଭୁଲୈୟା-୨’ର ଜବରଦସ୍ତ ବ୍ୟବସାୟ ହିନ୍ଦୀ ସିନେମାର ଅଭିବୃଦ୍ଧିରେ ବଡ଼ ଭୂମିକା ଗ୍ରହଣ କରିଛି।