ପିସିସି ସଭାପତି ହେଲେ ଶରତ ପଟ୍ଟନାୟକ

 ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତିଙ୍କ ନାମ ଘୋଷଣା…

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ପିସିସି ସଭାପତି ପଦ ପାଇଁ ଦୀର୍ଘଦିନ ଧରି ବହୁ ଆଶାୟୀଙ୍କ ନାମ ଚର୍ଚ୍ଚା ହେଉଥିଲା । ତେବେ ଶେଷରେ ପିସିସି ସଭାପତିଙ୍କ ନାମ ଘୋଷଣା କରିଛନ୍ତି କଂଗ୍ରେସ ହାଇକମାଣ୍ଡ ।
ସଦ୍ୟ ରିପୋର୍ଟ ମୁତାବକ, ଶରତ ପଟ୍ଟନାୟକ ହୋଇଛନ୍ତି ନୂଆ ପିସିସି ସଭାପତି । ଶରତଙ୍କ ନାମ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଘୋଷଣା କରାଯାଇଛି । ନୂଆ ପିସିସି ସଭାପତି ଚୟନ ନେଇ ଏଆଇସିସି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ କରାଯାଇଛି ।