ତୈଳଦର ହ୍ରାସକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସକୁ ନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା…

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସକୁ ନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ୱିଟ୍‌ ଜାରି କରିଛନ୍ତି । ସେ କହିଛନ୍ତି କି ଆମ ସରକାର କେବଳ ସାଧାରଣ ଜନତାଙ୍କ ପାଇଁ । ଆମ ପାଇଁ ସର୍ବଦା ସାଧାରଣ ଲୋକ ଅ।।ଗ । ଆଜିର ଏହି ପଦକ୍ଷେପ, ବିଶେଷ ଭାବେ ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ହ୍ରାସ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଏହାର ସକାରାତ୍ମକ ପ୍ରଭାବ ପଡିବ । ଏହା ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ଓ ଇଜ ଅଫ ଲିଭିଙ୍ଗକୁ ଆଗକୁ ବଢାଇବ ବୋଲି କହିଛନ୍ତି ।