ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଗତ ସେପ୍ଟେମ୍ବର ୨୩ ତାରିଖରେ ପଞ୍ଜାବର ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ…

ନୂଆଦିଲ୍ଲୀ: ଗତ ସେପ୍ଟେମ୍ବର ୨୩ ତାରିଖରେ ପଞ୍ଜାବର ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ଏସଟିଏଫ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ରାତିରେ ଏସଟିଏଫ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ସହ ମିଶି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ସେହିପରି ଏହି ମାମଲାରେ ପାକିସ୍ତାନ ଲିଙ୍କ ଥିବା ଆଶା କରାଯାଉଛି । ଅନ୍ୟପକ୍ଷରେ ପୁଲିସ କହିଛି ଯେ, ଆକ୍ରମଣ ସମୟରେ ଆଇଇଡି ବ୍ୟବହାର କରାଯାଇଥିଲା । ଏହାକୁ ଡ୍ରୋନ ସାହାର୍ଯ୍ୟରେ ପାକିସ୍ତାନରୁ ଅଣାଯାଇଥିଲା । ସେହିପରି ଆଉଏକ ସୂଚନା ମିଳିଛି କି ଅଭିଯୁକ୍ତକୁ ସମସ୍ତ ଟେକ୍ନିକାଲ ସହାୟତା ଯୋଗାଇ ଦିଆଯାଇଥିଲା । ସୂଚନାଯୋଗ୍ୟ ଏହି ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଥିଲେ ।