ରିଲିଜ୍‌ ହେଲା ଭୁଲ ଭୁଲେୟା-୨ର ଟ୍ରେଲର

ଭୁଲ ଭୁଲେୟା-୨ର ଟ୍ରେଲର ଲଞ୍ଚ କରାଯାଇଛି….

ମୁମ୍ୱାଇ : ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌, ଅଭିନେତ୍ରୀ କିଆରା ଆଡଭାନୀ ଏବଂ ତବୁ ଅଭିନୀତ ଭୁଲ ଭୁଲେୟା-୨ର ଟ୍ରେଲର ଲଞ୍ଚ କରାଯାଇଛି । ଆସନ୍ତା ମେ’ ୨୦ ୨୦୨୨ରେ ବଡ ପରଦାରେ ଲିଲିଜ ହେବ । ଭୁଲ୍‌ ଭୁଲେୟା-୨ ଟ୍ରେଲର୍‌ ହେଉଛି ଭୁଲ ଭୁଲେୟାର ଏକ ସିକ୍‌ୱେଲ । ପ୍ରଥମ ଭାଗରେ ଜ୍ୟୋତି ଅହୁଜା, ବିଦ୍ୟା ବାଲାନ୍‌, ଅମିଶା ପଟେଲ ଏବଂ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ତେବେ ଚଳଚ୍‌ଚିତ୍ରଟି ବକ୍ସ ଅଫିସରେ ଦମଦାର କଲେକ୍ସନ କରିଥିଲା । ଫିଲ୍ମରେ ଅକ୍ଷୟ କୁମାରଙ୍କ କମେଡି ଓ ଥ୍ରୀଲର ଭୁମିକାକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ । ହେଲେ ଏଥର କିନ୍ତୁ ଭୁଲ ଭୁଲେୟା-୨ରେ ନୂଆ ଚେହେରା ଦେଖିବାକୁ ମିଳିବ । ତେବେ ପୂର୍ବ ସିନେମା ଭଳି ଏହା ମଧ୍ୟ ବକ୍ସ ଅଫିସରେ ହିଟ ହେବ ବୋଲି ପୂରା ଟିମ ଆଶାବାଦୀ ।