ନେତୃତ୍ୱ ଛାଡିବେ କି ରୋହିତ ଶର୍ମା!

ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରୁ….

ମୁମ୍ବାଇ : ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରୁ ବାଦ ପଡିଛି । ଦଳ ଗୋଟିଏ ହେଲେ ମ୍ୟାଚ୍‌ ଜିତିପାରି ନାହିଁ । ଦଳ ଖେଳିଥିବା ସମସ୍ତ ଆଠଟି ମ୍ୟାଚରେ ପରାସ୍ତ ହୋଇଛି । ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଦଳ ଏବେ ଜିତିବାକୁ ସଙ୍ଘର୍ଷ କରୁଛି । ଏହାମଧ୍ୟରେ ରୋହିତ ଦଳର ନେତୃତ୍ୱ ଭାର ଛାଡିଦେବେ ବୋଲି ମଧ୍ୟ ପ୍ରଶଂସକମାନେ ଆଶଙ୍କା କରୁଛନ୍ତି । ଏହାସହ ରୋହିତଙ୍କ ସମର୍ଥନରେ ଟ୍ୱିଟ୍‌ ମଧ୍ୟ କରୁଛନ୍ତି ।

ରୋହିତ ଲେଖିଥିଲେ ଯେ ସେମାନେ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିନାହୁଁ । କ୍ୟାରିୟରରେ ଏମିତି ମଧ୍ୟ ହୋଇଥାଏ । ଅନେକ ମହାନ ଖେଳାଳି ଏମିତି ସ୍ଥିତି ଦେଇ ଗତି କରିଛନ୍ତି । ମାତ୍ର ସେ ଏହି ଦଳର ବାତାବରଣକୁ ବହୁତ ଭଲ ପାଆନ୍ତି । ଏଥିସହ ସେ ସମସ୍ତ ଦଳ ପ୍ରତି ବିଶ୍ୱାସ ଏବଂ ଅତୁଟ ନିଷ୍ଠା ଦେଖାଇଥିବାରୁ ଧନ୍ୟବାଦ ଜଣାଇଥିଲେ । ଏହି ପୋଷ୍ଟ ପରେ ଫ୍ୟାନଙ୍କୁ ଲାଗୁଛି ଯେ ରୋହିତ ଆଉ ଅଧିନାୟକ ହୋଇ ରହିବେ ନାହିଁ ।