ସଡକ ଦୁର୍ଘଟଣାରେ ୫ ମୃତ୍ୟୁ

ଭୟଙ୍କର ସଡକ ଦୁର୍ଘଟଣାରେ ୫ ଜଣଙ୍କର….

ନୂଆଦିଲ୍ଲୀ : ଭୟଙ୍କର ସଡକ ଦୁର୍ଘଟଣାରେ ୫ ଜଣଙ୍କର ଚାଲିଗଲା ଜୀବନ । ସୂଚନାନୁସାରେ ସୋମବାର ଏକ ଫର୍ଚ୍ୟୁନ କାରରେ ୬ ଜଣଙ୍କୁ ନେଇ ଯିବାବେଳେ ଲୁଧିଆନାର ପାୟଲ ଭାରସାମ୍ୟ ହରାଇ କାରଟି ପୋଖରୀରେ ଖସି ପଡିଥିଲା । ତୁରନ୍ତ ସ୍ଥାନୀୟ ଲୋକେ ଓ ପୋଲିସ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । କାରକୁ ପୋଖରୀରୁ ବାହାର କରିଥିଲେ । ତେବେ ସେତେବେଳକୁ ୫ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ପୋଲିସ ସେମାନଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।