ତୁନିଷା-ଶିଜାନଙ୍କ ଭଉଣୀଙ୍କ ମଧ୍ୟରେ ଥିଲା ଘନିଷ୍ଠ ବନ୍ଧୁତା

ମୀରାବାଈ ମଣାଣି ଭୂଇଁରେ ଶେଷ ହୋଇଛି ଅଭିନେତ୍ରୀ…

ମୁମ୍ବାଇ: ମୀରାବାଈ ମଣାଣି ଭୂଇଁରେ ଶେଷ ହୋଇଛି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଶେଷକୃତ୍ୟ । ମାତ୍ର ଦେଖଣାହାରୀଙ୍କ ଦୃଷ୍ଟିରେ ଧରା ପଡ଼ିଯାଇଛି ତୁନିଷା ଶର୍ମା ଓ ତାଙ୍କ ପ୍ରେମିକ ଶିଜାନ ଖାନଙ୍କ ଗଭୀର ସଂପର୍କ । ମଶାଣିରେ ତୁନିଷାଙ୍କ ଜୁଇରେ ନିଅାଁ ଲାଗିବା କ୍ଷଣି ଦଣ୍ଡେ ଠିଆ ହୋଇପାରିଲେନି ଶିଜାନଙ୍କ ଭଉଣୀ ଫଲକ ନାଜ । କୋହ ଫଟାଇ କାନ୍ଦିବା ସହିତ ମା’ଙ୍କ ହାତକୁ ଧରି ମଶାଣି ବାହାରକୁ ଧାଇଁଥିଲେ ଫଲକ ।
ଉଭୟ ଫଲକ ଓ ତୁନିଷାଙ୍କ ଭିତରେ ଅନାବିଳ ବନ୍ଧୁତା ଥିଲା । ଘନିଷ୍ଠ ସାଙ୍ଗ ତୁନିଷାର ଆତ୍ମହତ୍ୟା ମାମଲାରେ ପୁଲିସ ଭାଇ ଶିଜାନଙ୍କୁ ଗିରଫ କରିଛି । ତୁନିଷାଙ୍କର ମା’ଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଶିଜାନ ଅହମ୍ମଦଙ୍କୁ ଗିରଫ କରି ଜେଲକୁ ପଠାଇଛି ।
ସୋସିଆଲ ମିଡିଆକୁ ସର୍ଚ୍ଚ କରିବାରୁ ଫଲକଙ୍କ ଜନ୍ମଦିନ ପାଳନ ସମୟର ଫଟୋ ସେୟାର କରିଛନ୍ତି ତୁନିଷା । ମାତ୍ର ତିନିସପ୍ତାହ ତଳେ ଫଲକଙ୍କର ଫଟୋକୁ ସେୟାର କରି ତୁନିଷା ଲେଖିଛନ୍ତି, ‘ମୋ ଜୀବନର ଶ୍ରେଷ୍ଠ ବାନ୍ଧବୀ ।’
ତୁନିଷାଙ୍କର ଆତ୍ମହତ୍ୟା ଘଟଣାକୁ ମହାରାଷ୍ଟ୍ର ସରକାର ‘ଲଭ୍‌ ଜିହାଦ’ ଦୃଷ୍ଟିକୋଣରୁ ତଦନ୍ତ କରିବାକୁ ସଂକେତ ଦେଇଛନ୍ତି । ଘଟଣାଟି ଦିନକୁ ଦିନ ଅଡୁଆ ଆଡ଼କୁ ଗତି କରୁଛି । ବଲିଉଡ୍‌ରେ ଅଭିନେତା-ଅଭିନେତ୍ରୀଙ୍କ ଭିତରେ ଘନିଷ୍ଠ ମିଳାମିଶା ମାମୁଲି । ମାତ୍ର ‘ଲଭ୍‌ ଜିହାଦ’ ଅଭିଯୋଗଟି ବଲିଉଡ୍‌କୁ ରସାତଳକୁ ଟାଣି ନେଉନି ତ!