ଖୋଲାଖୋଲି ପ୍ରେମ: ଜମିଛି ବିଦେଶୀ ଯୁବତୀଙ୍କ ଦେହ ବ୍ୟବସାୟ

ରାଜଧାନୀ ନୂଆଦିଲ୍ଲୀରେ ବଡ଼ଦିନ ଓ ନୂଆବର୍ଷ ଆସର ମାସକ ପୂର୍ବରୁ….

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ବଡ଼ଦିନ ଓ ନୂଆବର୍ଷ ଆସର ମାସକ ପୂର୍ବରୁ ଜମିଲାଣି । ବିଦେଶୀ ଯୁବତୀଙ୍କ ସାନ୍ନିଧ୍ୟ ପାଇବା ପାଇଁ ମତୁଆଲା ଦେଶୀ ଯୁବକଙ୍କ ଅସୁମାରି ଭିଡ଼ । ରୁଷିଆ, ଉଜବେକିସ୍ତାନ ଭଳି ଦେଶର ଯୁବତୀମାନେ ଭାରତକୁ ଆସି ଦଲାଲଙ୍କ ଜରିଆରେ ଦେହବେପାର କରୁଛନ୍ତି । ଶୁଣିବାକୁ ମିଳେ, ବିଦେଶୀ ଯୁବତୀଙ୍କୁ ଚାକିରି ଲୋଭ ଦେଖାଇ ନୂଆଦିଲ୍ଲୀକୁ ଡକାଯାଉଛି, ସେମାନଙ୍କର ଅନ୍ତରଙ୍ଗ ଫଟୋ ଉଠାଇ ଦେହ ବ୍ୟବସାୟରେ ନିୟୋଜିତ କରାଯାଉଛି ।

ପୁଲିସର ତୀକ୍ଷ୍ଣ ଦୃଷ୍ଟି ଆଢୁଆଳରେ ଏସବୁ ଧନ୍ଦା ଏପରି କାୟା ବିସ୍ତାର କରିଛି ଯା’ର ଟେର ପାଇବା ପାଇଁ ମିଡିଆ କର୍ମୀଙ୍କୁ ବେଶ ପରିଶ୍ରମ କରିବାକୁ ପଡ଼ିଛି ।
ନୂଆବର୍ଷରେ ଦେହଧନ୍ଦାକୁ ବନ୍ଦ କରିବା ପାଇଁ ପୁଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ମାତ୍ର ଦେହଜୀବୀ ଓ ଦଲାଲମାନେ ମଧ୍ୟ ଆଗୁଆ ସତର୍କ । ସୂଚନା ମୁତାବକ ନୂଆଦିଲ୍ଲୀର ହୋଟେଲ ଡାଇମଣ୍ଡରେ ଉଜବେକିସ୍ତାନର ତିନିଜଣ ଯୁବତୀ ଗରାଖଙ୍କୁ ଅପେକ୍ଷା କରିଥିଲା ବେଳେ ଜଣେ ରିପୋର୍ଟର କଲିଂବେଲ ଟିପିଲେ । ରୁମଟିର କବାଟ ଖୋଲିଗଲା । ଜଣେ ଯୁବତୀଙ୍କ ହାତରେ ବିଦେଶୀ ମଦବୋତଲ ଥିଲା । ରୁମ ଭିତରୁ ସିଗାରେଟ୍‌ ଧୂଅାଁ ଗନ୍ଧ ଆସୁଥିଲା । ‘ମୁଁ ରିପୋର୍ଟର, କିଛି ପଚାରି ପାରିବି କି?’ ଏତିକି ପ୍ରଶ୍ନରେ ଯୁବତୀଜଣକ ହଡବଡେ଼ଇ ଗଲେ । ଚଟାପଟ୍‌ ଭିତରକୁ ଚାଲିଗଲେ । ତିନିହେଁ ସେମାନଙ୍କର ଆସବାବପତ୍ର ଧରି ନିମିଷକ ମଧ୍ୟରେ ହୋଟେଲ ବାହାରକୁ ପଳାଇଗଲେ । ରିପୋର୍ଟର ଜଣକ ସେମାନଙ୍କ ପିଛା କରି ହୋଟେଲ ବାହାରେ ପହଂଚିଲା ବେଳକୁ ସଂପୃକ୍ତ ଯୁବତୀମାନେ ଗୋଟିଏ କାରରେ ପଳାୟନ କରୁଥିବାର ଦେଖିବାକୁ ପାଇଲେ ।

ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ନୂଆଦିଲ୍ଲୀର ବିଦେଶୀ ଯୁବତୀଙ୍କ ଚାହିଦା କ୍ରମେ ବୃଦ୍ଧି ପାଉଛି । କୋଟିପତି ଘରର ଯୁବକମାନେ ଟଙ୍କା ବିନିମୟରେ ବିଦେଶୀ ଯୁବତୀଙ୍କ ଚହଟ ଚିକ୍କଣ ଦେହର ସ୍ପର୍ଶ ପାଇବାକୁ ପାଗଳପ୍ରାୟ । ପୁଲିସ ଯେତେ ଚେଷ୍ଟା କଲେ ମଧ୍ୟ ଧନୀ ଯୁବପିଢ଼ୀଙ୍କ ବିଦେଶୀ ମୋହ ଭାଙ୍ଗିପାରୁନି । କିଛି ବୁଦ୍ଧିଜୀବୀଙ୍କ ମତରେ ପୁଲିସ ନଜାଣିବାର ଅଭିନୟ କରୁଚି । ବାସ୍ତବରେ ସବୁକିଛି ପୁଲିସ ଜାଣତରେ ଚାଲିଛି ।