ବିଦେଶରେ ଛୁଟି କାଟୁଛନ୍ତି ଭିକ୍ୟାଟ

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଭିକି କୌଶଲ ବିବାହକୁ ୫ ମାସ ପୁରିଛି…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଭିକି କୌଶଲ ବିବାହକୁ ୫ ମାସ ପୁରିଛି । ଏହି ସମୟରେ ଉଭୟ ଏକ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋଟି ସେୟାର ହେବା ମାତ୍ରେ ଏହା ଅଧିକରୁ ଅଧିକ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏହି ଦମ୍ପତିଙ୍କୁ ବିଦେଶରେ ଏକାଠି ସମୟ ଅତିବାହିତ କରୁଥିବା ଜଣାପଡିଛି । କ୍ୟାଟ୍ରିନା ତାଙ୍କ କ୍ୟାପସନରେ ସୂଚନା ଦେଇଛନ୍ତି ଯେ ସେ ତାଙ୍କ ପ୍ରିୟ ସ୍ଥାନରେ ଅଛନ୍ତି । ଏହି ଫଟୋରେ ଭିକି ଏବଂ କ୍ୟାଟ୍ରିନା ପରସ୍ପରର କାନ୍ଧରେ ହାତ ଦେଇ ବୁଲୁଥିବାର ନଜର ଆସିଛନ୍ତି ।