ଗୁଗଲ ଟ୍ରାନ୍ସଲେଟରେ ସଂସ୍କୃତ ଓ ଭୋଜପୁରୀ ଭାଷାର ସପୋର୍ଟ ଉପଲବ୍ଧ

ଗୁଗଲ ଆଇ/କ୍ୟୁ ୨୦୨୨ରେ କଂପାନୀ ଏକାଧିକ ଫିଚର୍ସ ଓ ଡିଭାଇସ ଉପସ୍ଥାପନ…

ନୂଆଦିଲ୍ଲୀ : ଗୁଗଲ ଆଇ/କ୍ୟୁ ୨୦୨୨ରେ କଂପାନୀ ଏକାଧିକ ଫିଚର୍ସ ଓ ଡିଭାଇସ ଉପସ୍ଥାପନ କରିଛି । ଗୁଗୁଲର ଏହି ମେଗା ଇଭେଣ୍ଟ ପ୍ରତି ବର୍ଷ ଆୟୋଜିତ କରାଯାଉଛି । ଗୁଗଲ ନିଜର ଟ୍ରାନ୍ସଲେସନ ଟୁଲରେ ମଧ୍ୟ ଭାଷାକୁ ଅପଡେଟ୍‌ କରିଛି । ଗୁଗଲ ଟ୍ରାନ୍ସଲେଟ ୨୪ଟି ନୂଆ ଭାଷାକୁ ଯୋଡିଛି । ଏବେ ଏହା ମୋଟ ୧୩୩ଟି ଭାଷାକୁ ସପୋର୍ଟ କରୁଛି । ଏଥିରେ ସଂସ୍କୃତ, ଅସମିଆ ଓ ଭୋଜପୁରୀ ମଧ୍ୟ ସାମିଲ ରହିଛି । ଗୁଗଲ ନିଜର ଇଭେଣ୍ଟରେ କହିଛି ଯେ, ନୂତନ ଭାବେ ଯୋଡାଯାଇଥିବା ଭାଷାକୁ ଗ୍ଲୋବାଲସ୍ତରରେ ୩୦୦ ମିଲିୟନରୁ ଅଧିକ ଲୋକ ବ୍ୟବହାର କରିଥାନ୍ତି । ସେହିପରି କେନ୍ଦ୍ରୀୟ ଆଫ୍ରିକାରେ ଲିଙ୍ଗାଲାକୁ ୪୫ ମିଲିୟନ ଲୋକ ବ୍ୟବହାର କରନ୍ତି ।

ଆସାମିଆକୁ ପୂର୍ବୋତ୍ତର ଭାରତରେ ପାଖାପାଖି ୨୫ ମିଲିୟନ, ଭୋଜପୁରୀକୁ ଉତ୍ତର ଭାରତ, ନେପାଳ ଓ ଫିଜିରେ ପାଖାପାଖି ୫୦ ମିଲିୟନ ଲୋକ, ଡୋଗରୀକୁ ଭାରତରେ ପାଖାପାଖି ୩୦ ମିଲିୟନ, କୋଙ୍କଣୀକୁ ମଧ୍ୟ ଭାରତରେ ପାଖାପାଖି ୨୦ ଲକ୍ଷ, ମୈଥିଲୀକୁ ଉତ୍ତର ଭାରତରେ ୩୪ ମିଲିୟନ, ସଂସ୍କୃତକୁ ଭାରତରେ ୨୦,୦୦୦ ଲୋକ ବ୍ୟବହାର କରିଥାନ୍ତି ।