ଏପରି କରିବା ଦ୍ୱାରା ମା’ ଲଷ୍ମୀଙ୍କ କୃପା ସହିତ ପର୍ସ ନୋଟ୍‌ରେ ଭରି ଯିବ

ସାଧାରଣତଃ ବାସ୍ତୁ ଟିପ୍ସ ମନେ ରଖନ୍ତୁ ଯାହାକି ବାସ୍ତୁ ଶାସ୍ତ୍ର ଅନୁଯାୟୀ ପର୍ସରେ ବିଲ୍‌ କିମ୍ବା ଅନାବଶ୍ୟକ କାଗଜ ରଖନ୍ତୁ ନାହିଁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ଓ ଜୀବନରେ ଅଶାନ୍ତି ସୃଷ୍ଟି କରିଥାଏ। ତେଣୁ ଏପରି ଅଭ୍ୟାସକୁ ବଦଳେଇବାକୁ ଚେଷ୍ଟା କରନ୍ତୁ।

ଯଦି କୌଣସି ବ୍ୟକ୍ତି ନିଜ ପର୍ସରେ କିଛି ଖାଇବା ଜିନିଷ ଯେପରି ଚକୋଲେଟ କିମ୍ବା ପାନ ମସଲା ରଖୁଛନ୍ତି, ତା’ହେଲେ ସେଥିରୁ ବିରତ ରୁହନ୍ତୁ। ଏପରି କରିବା ଦ୍ୱାରା ଜୀବନରେ ଧନର ଅଭାବ ଲାଗି ରହିଥାଏ।

ଯଦି କିଛି କଏନ ପର୍ସରେ ରହିଯାଉଛି, ତା’ହେଲେ ଧ୍ୟାନ ଦେବେ ଯେମିତି ପର୍ସ ଖୋଲିବା ସମୟରେ ସେଗୁଡ଼ିକ ତଳେ ନ ପଡ଼େ।

ପର୍ସକୁ ସବୁବେଳେ ପ୍ୟାଣ୍ଟର ବାମ ପକେଟରେ ରଖିବାକୁ ଚେଷ୍ଟା କରନ୍ତୁ। ଏପରି କରିବା ଦ୍ୱାରା ମା’ ଲଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ ଓ ପର୍ସ ନୋଟ୍‌ରେ ଭରି ଯିବ। ପର୍ସରେ ନୋଟକୁ କେବେବି ମୋଡିମାଡ଼ି ରଖନ୍ତୁ ନାହିଁ । ସବୁବେଳେ ସଜାଗ ହୋଇ ନୋଟକୁ ବ୍ୟବସ୍ଥିତ ଢଙ୍ଗରେ ରଖିବାକୁ ଚେଷ୍ଟା କରନ୍ତୁ।