ଶୀତଦିନ ପାଇଁ ଆସିଲା ବିଏମସିର ଗାଇଡଲାଇନ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ସଙ୍କଟ ସମ୍ପୂର୍ଣ୍ଣ ଦୂରେଇ ଯାଇନି । ଏଥିପାଇଁ ଟିକାକରଣ ସହିତ କିଛି କଟକଣାକୁ କଡ଼ାକଡ଼ି ପାଳନ କରାଯାଉଛି । ଏହାରି ମଧ୍ୟରେ ଶୀଜଦିନ ପାଇଁ କରୋନା ଗାଇଡଲାଇନ୍ ଜାରି କରିଛି ବିଏମସି । ବିଏମସିର ଗାଇଡଲାଇନ୍ ମୁତାବକ, ବିବାହ ଓ ବ୍ରତଘରରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ । ସଂକ୍ରମଣ କମ୍ କରିବାକୁ କଟକଣା ଆହୁରି କଡ଼ାକଡ଼ି କରିଛି ବିଏମସି । ଏହି ସହ ଶୁଦ୍ଧିକ୍ରିୟାରେ ମଧ୍ୟ ସାମିଲ ହୋଇପାରିବେନି ୫୦ରୁ ଅଧିକ ଲୋକ ।