୧୨ ଟି ସହରର ଅଳଙ୍କାର ଦୋକାନରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ

ଭୁବନେଶ୍ୱର: ଓଡ଼ିଶାର ୧୨ ଟି ସହରର ଜିଏସଟି ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ ଜାରି ରହିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ୧୨ ଟି ସହରର ୧୭ ଟି ଅଳଙ୍କାର ଦୋକାନରେ ସିଟି ଜିଏସଟି ବିଭାଗର ବଡ଼ ଧରଣର ଚଢ଼ାଉ ଚାଲିଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ବରଗଡ଼ ଭଳି ୧୨ ଟି ସହରର ବିଭିନ୍ନ ସ୍ଥାନରେ ଏକକାଳୀନ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ସୁନାର ଓଜନ, ମାନ ପରୀକ୍ଷା କରାଯାଉଛି। ଏହାଛଡ଼ା ଜିଏସଟି ଠକେଇ ହୋଇଛି କି ନାହିଁ ତା’ଉପରେ ବି ନଜର ରଖିଛି ବିଭାଗ।