ଦତ୍ତାତ୍ରେୟଙ୍କର ୨୪ ଗୁରୁ ପ୍ରସଙ୍ଗରେ ଚତୁର୍ଦ୍ଦଶ ଗୁରୁ..

ରାଜନ ମୋର ଚତୁର୍ଦ୍ଦଶ ଗୁରୁ ହେଉଛି -ଭ୍ରମର । ମୁଁ ତାଙ୍କ ଠାରୁ ପ୍ରତ୍ୟେକ ବିଷୟର ସାର ଗ୍ରହଣ କରିବା ଉଚିତ୍ ଏବଂ ସେହି ବିଷୟ ପ୍ରତି ଅତ୍ୟଧିକ ଆସକ୍ତି ମୃତ୍ୟୁର କାରଣ ହୋଇପାରେ ଏହାହିଁ ଶିକ୍ଷା କରିଛି । ଭ୍ରମର କାଠକୁ ନିଜର ଶକ୍ତିରେ କଣା କରି ଦେଇପାରେ ମାତ୍ର ପଦ୍ମ ଫୁଲର କିଛି କରିପାରେ ନାହିଁ । ସେଥିରେ ଆସକ୍ତ ହୋଇ ବନ୍ଧନରେ ପଡି ନିଜର ପ୍ରାଣ ହରେଇଥାଏ ।

ଏହି ସଂସାର ହେଉଛି ପଦ୍ମ ପୁଷ୍ପ ପରି, ଜୀବ ରୁପୀ ଭ୍ରମର ଏହାର ସୁଗନ୍ଧରେ ମୋହିତ ହୋଇ ନିଜକୁ ସଂସାର ରୁପୀ କାଳ ଫାସରେ ଆବଦ୍ଧ ରହିଥାଏ। ଭ୍ରମର ପଦ୍ମ ପୁଷ୍ପରେ ଆତ୍ମହରା ହୋଇ ବସିଥିବା ବେଳେ ପୁଷ୍ପର ପାଖୁଡ଼ା ଭିତରେ ରହିଯାଏ , ଏହା ପୁଣି ଖୋଲିବ ବୋଲି ଭାବନାରେ ଲାଗିଯାଏ । କିନ୍ତୁ କାଳ ରୁପୀ ହାତୀଟିଏ ଆସି ତାର ସମସ୍ତ ସ୍ଵପ୍ନକୁ ଧୂଳିସାତ କରିଦିଏ। ମଣିଷ ସେହିଭଳି ସାଂସାରିକ ବିଷୟରେ ବାନ୍ଧି ହୋଇ ନିଜକୁ ନଷ୍ଟ କରିବାରେ ଲାଗିରହେ କିନ୍ତୁ ଯୋଗିଜନମାନେ, ସାଧୁ ପୁରୁଷ ମାନେ ଏହି ପ୍ରକାର ବିଷୟ ସୁଖ ପ୍ରତି ଅନାସକ୍ତ ରହିଥାନ୍ତି। ବିଷୟ ସୁଖରେ ମଜ୍ଜି ରହୁଥିବା ମାନବକୁ କାଳ ରୁପୀ ହସ୍ତୀ ଦଳି ଚକଟି ନଷ୍ଟ କରିଦେଇଥାଏ। ମଣିଷ ଇଚ୍ଛା କଲେ ନିରାସକ୍ତ ହୋଇ ନିଜେ ନରରୁ ନାରାୟଣ ବି ହୋଇପାରେ।

ଓଡ଼ିଆ ଭାଗବତରୁ ଦୁଇପଦ :-

“ବିଷ୍ଣୁ ର ମାୟା ମୋହକଳ୍ପ । କପଟେ ହୋଇ ନାରୀ ରୂପ ।। ସଂଯୋଗ କଲେ ପ୍ରାଣ ନାଶ । ଏଣୁ ନୋହିବ ତା ବିଶ୍ବାସ ।। ପତଙ୍ଗ ତଂହୁ ଏହା ଜାଣି । ଗୁରୁ ବଚନ ପରିମାଣି ।।”