ଓଡ଼ିଶାରେ ୩୦ଟି ମହାବଳ ଓ ୮ଟି ବାଘ ଶାବକ ଅଛନ୍ତି

ଭୁବନେଶ୍ୱର: ଓଡ଼ିଶାର ବଣଜଙ୍ଗଲରେ ପ୍ରାୟ ୩୦ଟି ମହାବଳ ଓ ୮ଟି ବାଘ ଶାବକ ଘୁରି ବୁଲୁଛନ୍ତି ବୋଲି ବନ ବିଭାଗ ରିପୋର୍ଟରୁ ପ୍ରକାଶ । ଓଡ଼ିଶାର ପ୍ରାକୃତିକ ବନରାଜି ବାଘ ପାଇଁ କ୍ରମେ ଅନୁକୂଳ ପ୍ରମାଣିତ ହୋଇଛି । ରାଜ୍ୟରେ ଗୋଟିଏ ଜାତୀୟ ଉଦ୍ୟାନ, ଗୋଟିଏ ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଓ ୧୯ଟି ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି ।

ଶିମିଳିପାଳ ଜଙ୍ଗଲରେ ଅନ୍ୟୁନ ୧୭ଟି ବାଘ ଚଲାବୁଲା କରୁଥିବାର ସିସିଟିଭି ଫୁଟେଜରୁ ଜଣାପଡ଼ିଛି ।

ସୂଚନା ମୁତାବକ ଓଡ଼ିଶା ଜଙ୍ଗଲରେ ଘୁରି ବୁଲୁଥିବା ବାଘ ଭିତରୁ ୧୩ଟି ପୁରୁଷ ଓ ୧୪ଟି ବାଘୁଣୀ ଅଛନ୍ତି । ଶିମିଳିପାଳ ଜଙ୍ଗଲରେ ଘୁରି ବୁଲୁଥିବା ତିନୋଟି ବୟସ୍କ ବାଘଙ୍କୁ ସିସିଟିଭି ଧରିପାରିନି । ଓଡ଼ିଶାର ଜାତୀୟ ଉଦ୍ୟାନରୁ ଟଙ୍କା ଉପାର୍ଜନ କରିବାର ବାଟ ଫିଟାଇବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି ।