ମାଟ୍ରିକ ପରୀକ୍ଷାରେ କପି ହାଲଚାଲ: ସୋମବାର ଧରାପଡ଼ିଲେ ୫୧ ଜଣ

କଟକ: ଆଜି (ସୋମବାର) ଥିଲା ମାଟ୍ରିକ ଛାତ୍ରଛାତ୍ରୀଙ୍କର ଗଣିତ ପରୀକ୍ଷା । କଠିନ ଗଣିତ ପ୍ରଶ୍ନରୁ ତ୍ରାହି ପାଇବା ପାଇଁ ପିଲାମାନଙ୍କ ଭିତରେ କପି କରିବାର ଆଗ୍ରହ ପ୍ରକାଶ ପାଇଥିଲା । ବୋର୍ଡ ପକ୍ଷରୁ ଜାରି କପି କଟକଣାକୁ ଅମାନ୍ୟ କରିଥିବା ଅଭିଯୋଗରେ ପ୍ରାୟ ୫୧ ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ମାଟ୍ରିକ ପରୀକ୍ଷା ଆରମ୍ଭ ଦିନ (୨୦ ଫେବୃଆରୀ) ୧୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ କପି ଅଭିଯୋଗରେ ଛନ୍ଦା ଯାଇଥିଲା । ୨୩ ତାରିଖ ଦିନ ଇଂରାଜୀ ପରୀକ୍ଷାରେ ପ୍ରାୟ ୪୨ ଜଣଙ୍କ ବିରୋଧରେ କପି ଅଭିଯୋଗ ଅଣାଯାଇଥିଲା ।

ଇତିମଧ୍ୟରେ ଗଣିତ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓଡ଼ିଶା ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ ସଭାପତି ଶ୍ରୀକାନ୍ତ ତରାଇ । ସୋସିଆଲ ମିଡିଆରେ ପ୍ରସାରିତ କୌଣସି ଖବର ପ୍ରତି ଧ୍ୟାନ ନଦେବା ପାଇଁ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି ।