ଦିଲ୍ଲୀରେ ହାଡଭଙ୍ଗା ଶୀତ

 ଦିଲ୍ଲୀ(ଏସ୍ ନ୍ୟୁଜ): ଏବେ ଦିଲ୍ଲୀରେ ହାଡଭଙ୍ଗା ଶୀତ ଜାରି ରହିଛି ଶୀତ ଲହରୀ । ଦିଲ୍ଲୀରେ ଥଣ୍ଡା ଓ କୁହୁଡି ଯୋଗୁ ଦୃଶ୍ୟମାନ କମ୍ ରହିଛି । ସକାଳ ସମୟରେ ଦିଲ୍ଲୀର ବିଭିନ୍ନ ସହରରେ ତାପମାତ୍ରା ୨ ଡିଗ୍ରୀ ତଳେ ରହୁଛି । ପାଲମ ଅଞ୍ଚଳରେ ସକାଳେ ୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସଫଦରଗଂଜରେ ୨ ଡିଗ୍ରୀ ରହିଛି । ଜାନୁଆରୀ ପହିଲା ପରେ ପ୍ରଥମଥର ପାଇଁ ଦିଲ୍ଲୀରେ ତାପମାତ୍ରା ଏତେ ନିଚ୍ଚ ସ୍ଥରକୁ ଯାଇଛି । ଜାନୁଆରୀ ପହିଲା ଦିନ ଦିଲ୍ଲୀର ତାପମାତ୍ରା ୧.୧ ଡିଗ୍ରୀ ରହିଥିଲା ଆଗାମୀ ୨ ରୁ ୩ ଦିନ ଯାଏ ଏଭଳି ଶୀତ ଲହରୀ ଲାଗି ରହିବ । ଏହାସହ ତାପମାତ୍ରା ଆହୁରି କମିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ସୂଚନା ମିଳିଛି।