ବରମୁଣ୍ଡା ଓଭରବ୍ରିଜ୍ ଉପରେ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଭୁବନେଶ୍ବର ସ୍ଥିତ ବରମୁଣ୍ଡା ଓଭରବ୍ରିଜ୍ ଉପରେ ଜଳିଗଲା କାର୍‌ । ଅଳ୍ପକେ ବର୍ତ୍ତିଲେ କାର୍‌ରେ ଥିବା ସମସ୍ତ ଯାତ୍ରୀ । ଅଗ୍ନିଶମବାହିନୀ କର୍ମଚାରୀ ନିଆଁକୁ ଆୟତ କରିଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ବରମୁଣ୍ଡା ଓଭରବ୍ରିଜ୍ ଉପରେ ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଯାଇଛି କାର୍ ।

https://youtu.be/h4uUOi9CPcs

ତେବେ ହଠାତ୍ କାର୍ ଟିରେ ନିଆଁ ଲାଗିବା ଦେଖି କାର୍ ରେ ବସିଥିବା ଯାତ୍ରୀ ବାହରକୁ ଚାଲିଆସିଥିଲେ । ଫଳରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଗାଡିରେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । ଖବର ପାଇଁ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରିଥିଲେ