ଜେଲ୍ ବିଭାଗ ର ଡିଜିଟାଲାଇଜେସନ ।

ଭୁବନେଶ୍ୱର(ଏସ୍ ନ୍ୟୁଜ): ଅଗ୍ନିଶମ ବିଭାଗ ପରେ ଏବେ ରାଜ୍ୟର ଜେଲ ବିଭାଗକୁ ଡିଜିଟାଲ କରାଯିବ । ଏଣିକି ଅନଲାଇନରେ ସାକ୍ଷାତ ଓ ପାରୋଲ ଆବେଦନ କାର୍ଯ୍ୟ ହେବ । ୱେବସାଇଟ ଜରିଆରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବିକ୍ରି କରାଯିବ । ୱେବସାଇଟରେ ବିଚାରଧୀନ କଏଦୀଙ୍କ ବିସ୍ତୃତ ବିବରଣୀ ଉପଲବ୍ଧ ହେବ । ଜେଲ କାର୍ଯ୍ୟରେ ଟେକ୍ନୋଲୋଜି ବ୍ୟବହାରକୁ ନେଇ ଜେଲ ଡିଜି ଗୁରୁତ୍ୱ ଦେଇଛନ୍ତି । ଭୁବନେଶ୍ୱରର ଝାରପଡା ଜେଲରୁ ଏହି ଡିଜିଟାଲାଇଜେସନ କାର୍ଯ୍ୟ ଆରମ୍ଭ ହେବ ।