ଆୟୁସ୍ମାନ ଭାରତ ଡିଜିଟାଲ ମିଶନ ପାଇଁ ୧୬୦୦ କୋଟିର ବଜେଟ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଆୟୁସ୍ମାନ ଭାରତ ଡିଜିଟାଲ ମିଶନ ପାଇଁ ୧୬୦୦ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ ହୋଇଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦି ଆୟୁସ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଥିଲେ । ଏହି ବୈଠକରେ କେନ୍ଦ୍ର କ୍ୟାବିନେଟ ଏହାକୁ ସାରା ଦେଶରେ ପ୍ରଚଳିତ କରିବା ପାଇଁ କମିଟି ଘୋଷଣା କରିଛି ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଆୟୁଷ୍ମାନ ଭାରତ ଡିଜିଟାଲ୍‌ ମିଶନ୍‌ ପାଞ୍ଚ ବର୍ଷ ପାଇଁ ୧୬୦୦ କୋଟି ବଜେଟ୍‌ ସହ ସାରା ଦେଶରେ ଆରମ୍ଭ କରାଯିବ । ଏହି ଯୋଜନା ଅଧିନରେ ଲୋକମାନେ ସେମାନଙ୍କର ଆୟୁସ୍ମାନ ଭାରତ ସ୍ୱାସ୍ଥ୍ୟ ଖାତା ଖୋଲିବା ସହ ଏଥିରେ ଏଥିରେ ଡିଜିଟାଲ ଉପାୟରେ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ସୂଚନା ରହିପାରିବ ।

ବିଭିନ୍ନ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଏକ ସମ୍ବଳିତ ସ୍ୱାସ୍ଥ୍ୟ ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହେବେ ଏବଂ ପରବର୍ତ୍ତି ସମୟରେ ଜଣେ ରୋଗୀ ଯେତେବେଳେ ଚିକିତ୍ସା ପାଇଁ କେଉଁଠିକୁ ଯିବେ ସେଠାରେ ସେ ଡିଜିଟାଲ ମାଧ୍ୟମରେ ତାଙ୍କର ସ୍ୱାସ୍ଥ୍ୟ ରେକର୍ଡ ଦେଖାଇ ପାରିବେ ଏବଂ ତାଙ୍କ ଚିକିତ୍ସା ନିମନ୍ତ ସେପୃକ୍ତ ଡାକ୍ତରଙ୍କୁ ନିଷ୍ପତ୍ତି ନେବାରେ ସାହାଯ୍ୟ ହେବ ବୋଲି ବିବୃତ୍ତିରେ କୁହାଯାଇଛି । ଏହି ଯୋଜନାକୁ କେନ୍ଦ୍ର ସରକାର ପରୀକ୍ଷା ମୂଳକ ଭାବରେ କିଛି ସ୍ଥାନରେ ଆରମ୍ଭ କରିଥିଲେ ।