ଜାରି ହେଲା ମହାଶିବରାତ୍ରି ପାଇଁ ଗାଇଡଲାଇନ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟ ସରକାର ଆସନ୍ତା ମାର୍ଚ୍ଚ ୧ତାରିଖରେ ହେବାକୁ ଥିବା ମହାଶିବରାତ୍ରୀ ପାଇଁ କୋଭିଡ୍‌ ଗାଇଡଲାଇନ୍‌ ଜାରି କରିଛନ୍ତି । ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟର ବିଭିନ୍ନ ମନ୍ଦିରରେ ହେବାକୁ ଥିବା ଭିଡ ଉପରେ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରମାନେ ନଜର ରଖିବେ ।

ଅନ୍ୟପକ୍ଷରେ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ସ୍ଥାନୀୟ ମନ୍ଦିର ଏବଂ ଏହାର ପରିସର ମଧ୍ୟରେ ଥିବା ସ୍ଥାନଗୁଡିକରେ କୋଭିଡ ଗାଇଡଲାଇନ କଡାକଡି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଭକ୍ତମାନେ ମାସ୍କ ପିନ୍ଧିବା ସହ ଶାରୀରିକ ଦୂରତା ଏବଂ ହାତ ଧୋଇବା ଆଦି ଉପରେ ବିଶେଷ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସ୍ଥାନୀୟ ପରିସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର, ପୋଲିସ କମିଶନର ଧାର୍ମିକ ସ୍ଥାନରେ ଭକ୍ତଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇପାରିବେ । ସେହିପରି ମ୍ୟୁନିସିପାଲିଟି କମିଶନରମାନେ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।