ପାରାଲିସିସ୍ ଅର୍ଥାତ ପକ୍ଷାଘାତ ହୋଇଛି ବୋଲି ଜାଣିବେ କେମିତି By Shaksi News Last updated Jul 16, 2021 0 ଭୁବନେଶ୍ୱର,(ଏସ୍ ନ୍ୟୁଜ): ପକ୍ଷାଘାତରେ ସାଧାରଣତଃ ଶରୀରରେ କୌଣସି ଭାଗକୁ ଅଚଳ କରିଦେଇଥାଏ। ଯଦି ଅଚାନକ ମସ୍ତିଷ୍କର କୌଣସି ଅଂଶରେ ରକ୍ତର ପ୍ରବାହ ବନ୍ଦ ହୋଇଯାଏ ବା ମସ୍ତିଷ୍କର କୌଣସି ରକ୍ତ ବାହିକା ଫାଟିଯାଏ ଓ ମସ୍ତିଷ୍କର କୋଶିକାଗୁଡ଼ିକ ପାଶ୍ୱର୍ରେ ରକ୍ତ ଭରିଯାଏ ତେବେ ଏହା ପକ୍ଷାଘାତ ହୋଇଛି ବୋଲି ଜାଣା ପଡ଼ିଥାଏ। କେବଳ ଚେହେରା, ଗୋଟେ ହାତ, ଗୋଟେ ଗୋଡ଼ ବା ଶରୀରକୁ ଦୁର୍ବଳ କରିଦିଏ। ମସ୍ତିଷ୍କରେ ଅପର୍ଯ୍ୟାପ୍ତ ରକ୍ତ ଆପୂର୍ତ୍ତି ସ୍ଥିତିରେ ମସ୍ତିଷ୍କର କୋଶିକାଗୁଡ଼ିକରେ ଅକ୍ସିଜେନ ଓ ପୋଷଣର ଅଭାବକୁ ସ୍ଥାନିକାରକ୍ତତା କୁହାଯାଏ। ଏହି କାରଣରୁ ମସ୍ତିଷ୍କର କୋଶିକା ମୃତ ହୋଇଯାଏ ଓ ଅନ୍ତତଃ କ୍ଷତିଗ୍ରସ୍ତ ମସ୍ତିଷ୍କରେ ତରଳ ଯୁକ୍ତ ଗୁହିକା ତାହାର ସ୍ଥାନ ନେଇଥାଏ। ଯେଉଁ ବ୍ୟକ୍ତିର ମସ୍ତିଷ୍କର ବାମ ଗୋଲାର୍ଦ୍ଧ(ହେମିସ୍ପିୟର)ରେ ପକ୍ଷଘାତ ହୋଇଯାଏ ତାହାର ଡ଼ାହାଣ ପାଶ୍ୱର୍କୁ ପାରାଲିସିସ୍ ହୁଏ। ଆହୁରି ପଢ଼ନ୍ତୁ... ତୁରୁମୁଙ୍ଗା ଗିରିଜା ଶଙ୍କର… Jun 19, 2026 ଓଡିଆ ଦୈନିକ ସମ୍ବାଦପତ୍ର ପ୍ରତିକାର… Jun 18, 2026 ଗଞ୍ଜାମ ଜିଲ୍ଲା ମଶା ଦାଉରେ… Jun 17, 2026 ଗଞ୍ଜାମ ଜିଲ୍ଲା ଦୁର୍ନୀତି… Jun 17, 2026 ଯେଉଁ ବ୍ୟକ୍ତିଙ୍କର ଡ଼ାହାଣ ହେମିସ୍ପିୟରରେ ଆଘାତ ଲାଗେ ତାର ବାମ ଅଙ୍ଗ ଅର୍ଦ୍ଧାଙ୍ଗର ଶିକାର ହୁଏ। ମସ୍ତିଷ୍କରେ ରକ୍ତପ୍ରବାହ ବାଧିତ ହେଲେ ମସ୍ତିଷ୍କର କିଛି କୋଶିକା ତୁରନ୍ତ ମୃତ ହୋଇଯାନ୍ତି ଓ ଅବଶିଷ୍ଟ କୋଶିକାଙ୍କର ମୃତ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ସଠିକ୍ ସମୟରେ ଔଷଧ ସେବନ ଦ୍ୱାରା କ୍ଷତିଗ୍ରସ୍ତ କୋଶିକାମାନଙ୍କୁ ଜୀବିତ ରଖାଯାଇ ପାରିବ। ଅଧ୍ୟୟନରୁ ଜଣାପଡ଼ିଛି ଯେ ଆଘାତ ଲାଗିବାର ତିନି ଘଣ୍ଟା ମଧ୍ୟରେ ରକ୍ତ ଜମାଟକୁ ତରଳେଇବାର ଟିସ୍ୟୁ ପ୍ଲାଜମ୍ନୋଜେନ୍ ଏକ୍ଟିଭେଟର ଦେଇ ଏହି କୋଶିକାରେ ରକ୍ତ ପ୍ରବାହ କରାଯାଇ ପାରିବ। ପ୍ରାରମ୍ଭିକ ଆକ୍ରମଣ ପରେ ହୋଇଥିବା କ୍ଷତିକୁ ବନ୍ଦ କରିବା ପାଇଁ ବହୁତ ପ୍ରକାରର ନ୍ୟୁରୋପ୍ରୋଟେକ୍ଟିଭ ମେଡ଼ିସିନ୍ ଉପରେ ପରୀକ୍ଷଣ ଚାଲିଛି। ଲୋକମାନେ ପକ୍ଷାଘାତକୁ ବ୍ରେନ୍ ଷ୍ଟ୍ରୋକ୍ ଭାବରେ ନେବା ଓ ତୁରନ୍ତ ଚିକିତ୍ସା କରିବା ଉଚିତ୍। Continue Reading 0 Share