ମାଓବାଦୀ ଓ ପୁଲିସ ସୀମାନ୍ତରେ ଗୁଳି ବିନିମୟ, ୩ ମାଓବାଦୀ ମୃତ

ମାଲକାନଗିରି/ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆଜି ସକାଳେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏହି ଗୁଳି ବିନିମୟରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଛତିଶଗଡ଼ର ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀଙ୍କ ଭଇରାମଗଡ଼ ଅଞ୍ଚଳ କମିଟିର ମାଓବାଦୀମାନେ କ୍ୟାମ୍ପ କରିଥିବା ଖବରପାଇ ଡିଆରଜି ଗଜବାନମାନେ କୁମ୍ବିଂ ଅପରେସନରେ ବାହାରିଥିଲେ। ତେବେ ମାଓବାଦୀମାନେ ଯବାନଙ୍କୁ ଦେଖି ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ଯବାନମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ତେବେ ଜଙ୍ଗଲର ସୁବିଧା ନେଇ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଗୁଳି ବିନିମୟ ପରେ ଯବାନମାନେ ଘଟଣାସ୍ଥଳରେ ତଲାସି କରିଥିଲେ। ତଲାସିବେଳେ ୩ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୩ଟି ବନ୍ଧୁକ, ୩ କିଗ୍ରାର ଲ୍ୟାଣ୍ଡମାଇନ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି। ମୃତକ ମାଓବାଦୀମାନେ ହେଲେ ବିରଜୁ କାକେମ, କରୁ କାକେମ ଓ ଅଜୟ ଓୟାମି। ଏହାପରେ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।