ଶିଶୁଙ୍କ ପାଇଁ ଘାତକ ଏଚ୍୩ଏନ୍୨ ଭାଇରସ୍

ବର୍ଷରୁ କମ୍ ବୟସର ପିଲା ଏହି ଇନଫ୍ଲୁଏଞ୍ଜା ….

ଭୁବନେଶ୍ୱର : ଥଣ୍ଡା, ଜ୍ୱର, କାଶକୁ ନେଇ ଚିନ୍ତା ଭିତରେ ଏକ ଉଦବେଗଜନକ ଖବର ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ ମତରେ ଶିଶୁମାନଙ୍କ ପାଇଁ ଘାତକ ହୋଇପାରେ ଏଚ୍୩ଏନ୍୨ ଭାଇରସ୍ । ବିଶେଷ କରି ୫ ବର୍ଷରୁ କମ୍ ବୟସର ପିଲା ଏହି ଇନଫ୍ଲୁଏଞ୍ଜା ଭୂତାଣୁରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ସବୁଠାରୁ ବଡ କଥା ହେଉଛି ସ୍କୁଲକୁ ଯାଉନଥିବା ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି ଭୂତାଣୁର ସଂକ୍ରମଣ ଦେଖା ଯାଉଛି । ଯଦିଓ ରାଜ୍ୟରେ ସେଭଳି ମାମଲା ସାମ୍ନାକୁ ଆସିନାହିଁ, କିନ୍ତୁ ସର୍ବଭାରତୀୟ ସ୍ତରରେ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂଖ୍ୟା ଚିନ୍ତାଜନକ ।

. ଶିଶୁମାନଙ୍କ ପାଇଁ ଘାତକ ଏଚ୩ଏନ୨ ଭାଇରସ
. ୫ ବର୍ଷରୁ କମ୍ ବୟସର ପିଲା ଆକ୍ରାନ୍ତ ହୋଇ ହସ୍ପିଟାଲରେ ହେଉଛନ୍ତି ଭର୍ତ୍ତିି
. ପିଲାଙ୍କ ପାଇଁ କାମ ଦେଉନି ଔଷଧ ଓ ଆଂଟିବାୟୋଟିକ୍
. ଫେବ୍ରୁଆରୀ ଦ୍ୱିତୀୟ ଭାଗରେ ଅଧିକାଂଶ ଏଚ୩ଏନ୨ ମାମଲା ଚିହ୍ନଟ ହୋଇଥିବା ସୂଚନା
. ସିଭିଅର ଆକ୍ୟୁଟ୍ ରେସ୍ପିରେଟୋରୀ ସିଣ୍ଡ୍ରୋମ ଲକ୍ଷଣ ଥିଲେ ହସ୍ପିଟାଲରେ ହେଉଛନ୍ତି ଭର୍ତ୍ତି
. ସ୍କୁଲ ଯାଉନଥିବା ପିଲା ମଧ୍ୟ ଏଚ୩ଏନ୨ ଭାଇରସରେ ହେଉଛନ୍ତି ଆକ୍ରାନ୍ତ
. କିଛି ପିଲାଙ୍କଠାରେ ଦେଖା ଯାଉଛି ଲିଭର ଓ ରକ୍ତଚାପ ଜନିତ ସମସ୍ୟା
. ସେମାନଙ୍କୁ ଆବଶ୍ୟକ ହେଉଛି ଭେଂଟିଲେଟର ସପୋର୍ଟ
. ଆଇସିୟୁରେ ଭର୍ତ୍ତି ହୋଇଥିବା ଅଧିକାଂଶ ପିଲାଙ୍କ ବୟସ ୫ ବର୍ଷରୁ କମ୍
. ପିଲାଙ୍କ କ୍ଷେତ୍ରରେ ଅଣନିଶ୍ୱାସୀ ହେବା ସହ କଫ ଓ ଜ୍ୱର ଲାଗିରହୁଛି
. ପିଲାଙ୍କଠାରେ ଦୀର୍ଘଦିନ ଧରି ଲାଗିରହୁଛି ନିମୋନିଆ ଭଳି ଲକ୍ଷଣ