ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ବନ ମହୋତ୍ସବ ପାଳିତ

ବାଲିଗୁଡ଼ା ବନାଞ୍ଚଳ ର ଫରେଷ୍ଟର ମାନସ ରଞ୍ଜନ ସାହୁ, ବନବାସୀ ସେବା ସମିତିର ସହ ସଂପାଦକ ରବିନ୍ଦ୍ର କୁମାର ପଣ୍ଡା…

ବାଲିଗୁଡ଼ା: କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ ଜଳ ବିନା ସୃଷ୍ଟି ନାଶ, । କିନ୍ତୁ ଆଜି ସମାଜ ଜାଣିପାରୁନାହିଁ ସେ ଜଳ ଆସୁଛି କୋଉଠୁ ଓ ଜଳ ବୁନ୍ଦା ସୃଷ୍ଟି ହେଉଛି କିପରି। ତା ପଛରେ ଯଦି ଦେଖିବା ଗଛ, ବୃକ୍ଷ ଠାରୁ ହିଁ ଜାତ ହୋଇଥାଏ। ଆଜି ଏହି ବୃକ୍ଷ ପାଇଁ ଦିନ ଟିଏ ଉତ୍ସର୍ଗ କରିଛନ୍ତି ବାଲିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନେ।

ବାଲିଗୁଡ଼ା ବନାଞ୍ଚଳ ର ଫରେଷ୍ଟର ମାନସ ରଞ୍ଜନ ସାହୁ, ବନବାସୀ ସେବା ସମିତିର ସହ ସଂପାଦକ ରବିନ୍ଦ୍ର କୁମାର ପଣ୍ଡା , ଅନୁଷ୍ଠାନ ର ସଂପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ ଶିଶୁ ମନ୍ଦିର ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚଦ୍ର ପଣ୍ଡା ,ଆଚାର୍ଯ୍ୟ ବିଶ୍ଵନାଥ ସାହୁ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ଙ୍କ ସହଯୋଗ ରେ ବିଦ୍ୟାଳୟ ପରିସରରେ ଏକାଧିକ ବୃକ୍ଷ ରୋପଣ କରାଯାଇଛି । ଏହି ବୃକ୍ଷର ଉପକାରୀ ଓ ଔଷଧୀୟ ଗୁଣ ବିଷୟରେ ଆଲୋଚନା କରାଯାଇ ଛାତ୍ର ଛାତ୍ରୀ ଙ୍କୁ ବୃକ୍ଷ ରୋପଣ କରିବା ପାଇଁ ଉତ୍ସlହିତ କରାଯାଇଥିଲା l