କଳାକାର ଚୟନ ପ୍ରକ୍ରିୟା କନ୍ଧମାଳ ଜ଼ିଲ୍ଲା ରେ ଶେଷ

ଫୁଲବାଣୀ ଗାନ୍ଧୀ ସ୍ମୁତି ଭବନ ରେ ଆୟୋଜିତ ଦୁଇ ଦିନିଆ ଅଡିସନ ରେ ସମୁଦାୟ ୩୪ ଟି ଲୋକ ସଂସ୍କୃତି ଦଳ ଅଂଶ ଗ୍ରହଣ କରି ନିଜ ନିଜର କଳା ନପୂଣ୍ୟ..

ବାଲିଗୁଡା: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ କନ୍ଧମାଳ ଜ଼ିଲ୍ଲା ରେ କଳାକାର ଚୟନ ପ୍ରକ୍ରିୟା ଶେଷ ହୋଇଛି l ପୂର୍ବରୁ ଲୋକକଳା ଦଳ ଇ-ରେଜିଷ୍ଟେସନ ମାଧ୍ୟମ ରେ ପଞ୍ଜିକରଣ କରିଥିଲେ l ଫୁଲବାଣୀ ଗାନ୍ଧୀ ସ୍ମୁତି ଭବନ ରେ ଆୟୋଜିତ ଦୁଇ ଦିନିଆ ଅଡିସନ ରେ ସମୁଦାୟ ୩୪ ଟି ଲୋକ ସଂସ୍କୃତି ଦଳ ଅଂଶ ଗ୍ରହଣ କରି ନିଜ ନିଜର କଳା ନପୂଣ୍ୟ ପ୍ରଦର୍ଶନ କରିଥିଲେ l

ଅଡିସନ ରେ ଆଦିବାସୀ ନୃତ୍ୟ ଡାକୁଲ ନୃତ୍ୟ, ପାଲା, ଦାସ କାଠିଆ, ରାଧା ପ୍ରେମଲୀଳା, କୀର୍ତ୍ତନ ସଚେତନ ଆଦି ନାଟକ ସ୍ଥାନ ପାଇଥିଲା l ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଏବଂ ଜ଼ିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ଅକ୍ଷୟ କୁମାର କର୍ଣ୍ଣ ସଫଳ ଭାବେ କାର୍ଯ୍ୟକ୍ରମକୁ ଆୟୋଜିତ କରିଥିଲେ l

ବିଚାରକ ଭାବେ କୁଇ ସଂସ୍କୃତି ଗବେଷକ ପ୍ରଦୀପ କୁମାର କହଁର,ମହେଶ୍ୱର ପ୍ରଧାନ, ଶରତ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଥିବା ବେଳେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ରମେଶ ଚନ୍ଦ୍ର ସାହୁ l କନ୍ଧମାଳ ଜିଲ୍ଲାର ପାରମ୍ପରିକ ଲୋକ କଳା ସଂସ୍କୃତି ସଂଘ ର ଡାକୁଲ ନୃତ୍ୟ ଦର୍ଶକ ଓ ବିଚାରକ ଙ୍କ ମନକୁ ମୋହିତ କରିପାରିଥିଲା l