ପେଟ୍ରୋଲ ପମ୍ପରେ ଏହିସବୁ ମାଗଣା ସେବା ନପାଇଲେ, ଦାବି କରନ୍ତୁ

ରାସ୍ତାରେ ଗାଡ଼ି ଚଳାଇ ଯାଉଛନ୍ତି, ପରିସ୍ରା ଲାଗିଲା, ପେଟ୍ରୋଲ ପମ୍ପକୁ କେବେ ଯାଇଛନ୍ତି? ପେଟ୍ରୋଲ ପମ୍ପକୁ ଯିବା ପାଇଁ ଆମେ ଗାଡ଼ିରୁ ତେଲ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିଥାଉ ।

ଜାଣିଛନ୍ତି, ଭାରତ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଦେଶର ସବୁ ପେଟ୍ରୋଲ ପମ୍ପରେ ତେଲ ବିକାଯିବା ସମେତ ୫ଟି ମାଗଣା ସେବା ଯୋଗାଇ ଦିଆଯାଇଥାଏ ।

ପେଟ୍ରୋଲ ଅବା ଡିଜେଲର ଗୁଣାତ୍ମକ ମାନ ଜାଣିବାକୁ ଚାହୁଁଥିବା ଗ୍ରାହକଙ୍କୁ ମାଗଣାରେ ଫିଲଟର୍‌ ପେପର ଯୋଗାଇ ଦିଆଯାଏ । ତେଲର ପରିମାଣ ଉପରେ ସନ୍ଦେହ କରୁଥିଲେ ଗ୍ରାହକମାନେ ପରୀକ୍ଷଣ କରିପାରନ୍ତି ।

ରାସ୍ତା ଉପରେ ଯାଉଥିଲା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆପଣ ପେଟ୍ରୋଲ ପମ୍ପକୁ ଯାଇ ପୀଡ଼ିତଙ୍କ ପାଇଁ ଜରୁରୀକାଳୀନ ସେବା ବାବଦକୁ ଫାଷ୍ଟ ଏଡ୍‌ କିଟ୍‌ ଦାବି କରିପାରିବେ ।

ଅସୁବିଧାରେ ପଡ଼ି ପେଟ୍ରୋଲ ପମ୍ପକୁ ଯାଇ ପରିଚିତ ଲୋକଙ୍କ ନିକଟକୁ ଆପଣ ମାଗଣା ଫୋନ୍‌ କଲ୍‌ କରିପାରିବେ । ଏପରିକି ମୋବାଇଲ ବ୍ୟାଟେରୀରୁ ଚାର୍ଜ ସରି ଯାଇଥିଲେ, ଆପଣ ପେଟ୍ରୋଲ ପମ୍ପକୁ ଯାଇ ମାଗଣାରେ ସହାୟତା ନେଇପାରିବେ ।

ବାଟରେ ଯାଉଥିଲା ବେଳେ ଝାଡ଼ା କି ପରିସ୍ରା ଲାଗିଲେ, ଆପଣ  ପେଟ୍ରୋଲ ପମ୍ପକୁ ଯାଇ ମାଗଣାରେ ସେବା ପାଇପାରିବେ । ପ୍ରତି ପେଟ୍ରୋଲ ପମ୍ପରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଯୋଗାଣର ବ୍ୟବସ୍ଥା କରାଯାଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରତି ପେଟ୍ରୋଲ ପମ୍ପରେ ଗାଡ଼ି ଚକରେ ମାଗଣା ପ୍ରେସର ଦେବାର ସୁବିଧା ରହିଛି । କେତେକ ପେଟ୍ରୋଲ ପମ୍ପ ମାମୁଲି ଦେୟ ଦାବି କରିପାରନ୍ତି । ଆପଣ ପଇଠ କରିପାରନ୍ତି ନଚେତ୍‌ ଉକ୍ତ ପେଟ୍ରୋଲ ପମ୍ପ ବିରୋଧରେ ଅଭିଯୋଗ କରିପାରନ୍ତି ।