ଡେଙ୍ଗୁ ଦାଉରୁ ରକ୍ଷା କରୁଥିବା ଏହି ଫଳଟି ହୋଇପାରେ କ୍ଷତିକାରକ

ନୂଆଦିଲ୍ଲୀ: କଥାରେ ଅଛି, ଅତିରୁ ଇତି । ଦକ୍ଷିଣ ଚୀନରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଥିବା ଫଳ ଭିତରେ କିୱି ଗୋଟିଏ । ଉକ୍ତ ଫଳଟିରେ ପ୍ରଚୁର ପରିମାଣର ଖଣିଜ ସାର ଓ ପୋଷକ ରହିଛି । ଏହି ଫଳଟି ଆପଣଙ୍କ ପାଚନ ଶକ୍ତିକୁ ବଢ଼ାଇ ଦେଇଥାଏ । ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଦିଏ । ଡେଙ୍ଗୁ ଜ୍ୱର କୋପରୁ ଉକ୍ତ ଫଳଟି ରକ୍ଷା କରିଥାଏ ।

ମାତ୍ର ଏହି ଫଳକୁ ଅଧିକ ମାତ୍ରାରେ ଖାଇବା ମଣିଷ ଜୀବନ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଅଧିକାଂଶ ଲୋକ ସୁସ୍ଥ ଓ ସୁନ୍ଦର ଦିଶିବା ଆଶାରେ ଏହି ଫଳକୁ ଅଧିକ ମାତ୍ରାରେ ସେବନ କରି ତା’ର କୁପରିଣାମ ଭୋଗି ସାରିଛନ୍ତି । ଅଧିକ ପରିମାଣର କିୱି ଖାଇବା ଫଳରେ ଆପଣଙ୍କ ପେଟ ସମସ୍ୟା ଦେଖା ଦେଇପାରେ । ବାନ୍ତି ଲାଗିପାରେ । ମୁଣ୍ଡ ବୁଲାଇ ଦେଇପାରେ ।