୧୧ ବର୍ଷ ପରେ ସ୍ୱାମୀ ରଣବୀରଙ୍କୁ ଭେଟିଲେ ଗୁନ୍‌ଥି

ମୁମ୍ବାଇ: ଦୀର୍ଘ ୧୧ ବର୍ଷ ପରେ ସ୍ୱାମୀ ରଣବୀରଙ୍କୁ ପାଖରେ ପାଇ ଗୁନ୍‌ଥିଙ୍କ ଖୁସି କାହିଁରେ କ’ଣ? ୧୧ ବର୍ଷ ତଳେ ନୀତୁ କପୁର ଗୁନ୍‌ଥିଙ୍କୁ ବୋହୂ ରୂପେ ସ୍ୱୀକାର କରି ମୁହଁଦେଖା ଭେଟି ସ୍ୱରୂପ ଚୁଡ଼ି ଦେଇଥିଲେ । ୧୧ ବର୍ଷ ପରେ ଗୁନ୍‌ଥି ନୀତୁଙ୍କୁ ଚୁଡ଼ି ଫେରାଇ ଦେଇ ତାଙ୍କ ନିକଟରୁ ମୋବାଇଲ ଫୋନ୍‌ଟିଏ ନେଇଛନ୍ତି ।

କପିଲଙ୍କ ପ୍ରଶ୍ନର ଜବାବରେ ଗୁନ୍‌ଥି କହିଛନ୍ତି ଯେ ସ୍ମାର୍ଟଫୋନ୍‌ କିଣିବା ପାଇଁ ସେ ଚୁଡ଼ି ବିକି ଦେଇଛନ୍ତି । କଥା କ’ଣ କି? ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି କପିଲ ଶର୍ମା ସୋ’ । ମାର୍ଚ୍ଚ ୨୬ ତାରିଖରେ ପ୍ରଦର୍ଶିତ ପ୍ରୋମୋରେ ରଣବୀରଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି ଗୁନ୍‌ଥି ଓରଫ ସୁନୀଲ ଗ୍ରୋଭର ।

୧୧ ତଳେ ପ୍ରସାରିତ ସୋ’ରେ ସୁନୀଲ ଗ୍ରୋଭର ରଣବୀରଙ୍କୁ ତାଙ୍କର ପତି ରୂପେ ବରଣ କରିଥିଲେ । ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବା ମାତ୍ରେ କପିଲ ଶର୍ମା ସୋ’ ଦର୍ଶକଙ୍କୁ ହସିହସି ବେଦମ୍‌ କଲାଣି । ଗୁନ୍‌ଥି ଓ ରଣବୀରଙ୍କ କାହାଣୀ ୨୦୧୩ରୁ ଆରମ୍ଭ । ସେତେବେଳେ ରଣବୀର ‘କମେଡ଼ି ନାଇଟ୍‌ସ ୱିଥ କପିଲ’ରେ ଦେଖା ଦେଇଥିଲେ ।