ଜାତୀୟ ରାଜପଥରେ ଅସୁବିଧାରେ ପଡ଼ିଛନ୍ତି? କିଏ କରିବ ସାହାଯ୍ୟ?

ଆପଣ ଜାତୀୟ ରାଜପଥରେ ଯାଉଛନ୍ତି …

ଆପଣ ଜାତୀୟ ରାଜପଥରେ ଯାଉଛନ୍ତି। ଯଦି ଆପଣଙ୍କ ପେଟ୍ରୋଲ ସରିଯାଏ? ଯଦି ଆପଣଙ୍କ ଗାଡି ଖରାପ ହୋଇଯାଏ? ଯଦି ଆପଣଙ୍କ ଗାଡିକୁ କିଏ ଧକ୍କା ଦିଏ? ଯଦି ଏନଏଚ ଅବୋରଧ ଥାଏ? ଯଦି ରାସ୍ତା ଖରାପ ଥାଏ ? ଏସବୁ ଯଦି ଘଟେ ଆପଣ କରିବେ କଣ ? ଆପଣଙ୍କୁ କିଏ କରିବ ସାହାଯ୍ୟ? କିଏ ଆପଣଙ୍କ ପାଖରେ ତୁରନ୍ତ ପହଂଚିବ?
୧୦୩୩ ନମ୍ବର ବିଷୟରେ ଜାଣିଛନ୍ତି କି?

ଏହି ନମ୍ବରରେ ଫୋନ୍‌ କଲେ ଆପଣକୁ ମିଳିବ ସବୁ ସୁବିଧା। ଏନ୍‌ଏଚ୍‌ କଡରେ ଆପଣମାନେ ଏହି ନମ୍ବରଟିକୁ ଦେଖିଥିବା ନିଶ୍ଚୟ। ଏହି ନମ୍ବର ଯେଉଁଟି ବି ଲେଖାଥିବ ସେଠାରେ ଏମରଜନ୍ସି ବୋଲି ଲେଖାଯାଇଥିବ। କିନ୍ତୁ ଆପଣ ଜାଣନ୍ତି କେଉଁ କେଉଁ ଏମରଜେନ୍ସି ପାଇଁ ଏହା କାମରେ ଆସିବ?
୧- ଆପଣ ଯଦି ଗାଡି ନେଇ ବାହାରିଛନ୍ତି ଆଉ ରାସ୍ତାରେ ଆପଣଙ୍କୁ ଗାଡି ଯଦି ଛୋଟ ବଡ ଦୁର୍ଘଟଣାର ସାମନା କରୁଛି ତେବେ ତୁରନ୍ତ ଏହି ନମ୍ବରରେ ଯୋଗାଯୋଗ କରିପାରିବେ। ଘଐଇଓ ଦ୍ୱାରା ଆପଣଙ୍କୁ ଆମ୍ବୁଲାନ୍ସ ସେବା ମାଗଣାରେ ଯୋଗାଇଦେବ। ଯେଉଁ ଆମ୍ବୁଲାନ୍ସରେ ଜଣେ ପାରାମେଡିକାଲ ଷ୍ଟାଫ ମଧ୍ୟ ଉପସ୍ଥିତ ଥିବେ। ସେ ପ୍ରଥମେ ଫାଷ୍ଟ୍‌ ଏଡ୍‌ ଟ୍ରିଟମେଂଟ୍‌ କରିବେ। ଆବଶ୍ୟକ ସ୍ଥଳେ ଆପଣଙ୍କୁ ଫ୍ରି ଅଫ୍‌ କଷ୍ଟ୍‌ରେ ମେଡିକାଲ ମଧ୍ୟ ନେଇ ଯିବ।
୨- ଆପଣ ଯଦି ଗାଡିରେ ଯିବା ସମୟରେ ଆପଣଙ୍କ ଗାଡି ବ୍ରେକ୍‌ ଡାଉନ୍‌ ହେଉଛି, ତେବେ ଏହି ନମ୍ବର ଆପଣଙ୍କ ପାଇଁ ଦେବଦୂତ ସାଜିବ। କିପରି ବୋଲି ଭାବୁଥିବେ ନିଶ୍ଚେ। ଗାଡି ବ୍ରେକ୍‌ ଡାଉନ୍‌ ହେବା ମାତ୍ରେ ଏହି ନମ୍ବରରେ ଫୋନ କଲେ ଆପଣଙ୍କ ପାଖରେ ଘଐଇଓ ଟିମ ପହଂଚିବ। ପ୍ରଥମେ ଗାଡିକୁ ରାସ୍ତା କଡକୁ ଆଣିବ। ଏହା ପରେ ଆପଣଙ୍କ ପାଇଁ ମେକାନିକ ବ୍ୟବସ୍ଥା ମଧ୍ୟ କରିପାରିବ। କିନ୍ତୁ ଆପଣଙ୍କୁ ମେକାନିକ ପାଇଁ ଟଙ୍କା ଦେବାକୁ ପଡିବ।
୩- ଯଦି କେଉଁଠି ରାସ୍ତା ଖରାପ ରହିଛି ସେଠାରେ ମଧ୍ୟ ଏହି ନମ୍ବରରେ ଯୋଗାଯୋଗ କରି ନିଜ ଅଭିଯୋଗ ଦେଇପାରିବେ। ଯଦି ରାସ୍ତାଟି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଅବରୋଧ ଅଛି ତେବେ ଆପଣଙ୍କୁ ସାହାଯ୍ୟ ମିଳିବ।
୪- ଏହା ହେଉଛି ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା, ଯଦି ଆପଣ ଘଐରେ ଯାଉଯାଉ କେବେ ପେଟ୍ରୋଲ ସରିଯାଉଛି। ଏହି କ୍ଷେତ୍ରରେ ମଧ୍ୟ ଏହି ନମ୍ବରରେ ଫୋନ କଲେ ସାହାଯ୍ୟ ପାଇପାରିବେ।