ଶରୀରକୁ ରୋଗ ଡାକିଆଣେ ଭୋଜନ ପରେ ଫଳ ସେବନ

ଆମେ ଜାଣିଛୁ, କମଳା, ଲେମ୍ବୁ, ଅଙ୍ଗୁର ଭଳି ଖଟା ଫଳରେ ପ୍ରଚୁର ପରିମାଣର ଭିଟାମିନ୍‌ ସି ରହିଛି । ଶରୀରକୁ ବିଷାକ୍ତ ରସାୟନରୁ ରକ୍ଷା କରିବାର ଭରପୁର ତାକତ୍‌ ସେହିସବୁ ଫଳ ଭିତରେ ଖୁନ୍ଦି ହୋଇରହିଛି ।

କିନ୍ତୁ ଭୋଜନ ଖାଇବା ପରେ ସେଗୁଡ଼ିକୁ ଖାଇବା ଆପଣଙ୍କ ଶରୀର ପାଇଁ ଆଦୌ ଲାଭଦାୟକ ନୁହେଁ । ସକାଳେ ବ୍ୟାୟାମ ସାରିବା ପରେ ତଟକା ଫଳ ଖାଇବା ଉଚିତ ।

ଡାକ୍ତରଙ୍କ ମତରେ ଖଟା ଫଳଗୁଡ଼ିକ ହଜମ କ୍ଷମତାକୁ ଦୃଢ଼ କରେ । କିନ୍ତୁ ଭୋଜନ ପରେ ସେସବୁ ଖାଇବା ଅନୁଚିତ ।