ଡାଇବେଟିଜ ରୋଗୀଙ୍କୁ ଗହମରୁ ତିଆରି ଅଟାର ରୁଟି ଖାଇବା ମନା

ଆଜିକାଲି ଡାଇବେଟିଜ ରୋଗ ମାମୁଲି ହୋଇଗଲାଣି । ଦେଶରେ ନିୟମିତ ଡାଇବେଟିଜ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ରୋଗ କବଳରେ ପଡ଼ିଥିବା ରୋଗୀଙ୍କ ଶରୀରରେ ଇନସୁଲିନ ପ୍ରସ୍ତୁତ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ । ରକ୍ତରେ ସୁଗାର ପରିମାଣକୁ ନିୟନ୍ତ୍ରଣ କରୁଥିବା ଇନସୁଲିନ ମାତ୍ରା ଯଦି କମିଯାଏ ବା ବଢ଼ିଯାଏ; ତାହା ଆମ ଶରୀରକୁ ବିପଦରେ ପକାଇବା ସୁନିଶ୍ଚିତ । ତେଣୁ ଆମକୁ ଖାଇବା ପିଇବା ପ୍ରତି ସାବଧାନତା ରକ୍ଷା କରିବାକୁ ପଡ଼ିବ ।

ଆପଣ ଜାଣନ୍ତି, ଗହମରୁ ତିଆରି ଅଟାରେ ତିଆରି ରୁଟି ସେବନ କଲେ; ତାହା ଆପଣଙ୍କ ଇନସୁଲିନ ପ୍ରସ୍ତୁତରେ ସହାୟକ ହୋଇ ନଥାଏ । ତେଣୁ ଡାଇବେଟିଜ ରୋଗୀଙ୍କୁ ଗହମ ଅଟାରୁ ତିଆରି ରୁଟି ଦିଆଯିବା ଅନୁଚିତ । ଡାଇବେଟିଜ ରୋଗୀମାନେ ସାଧାରଣତଃ ମାଣ୍ଡିଆ, ଯଅ ଓ ବାଜରା ଅଟାରୁ ତିଆରି ରୁଟି ଖାଇବା ଉଚିତ । ଏହି ତିନି ପ୍ରକାର ଶସ୍ୟରୁ ତିଆରି ରୁଟି ଆମ ଶରୀରରେ ଇନସୁଲିନ ପରିମାଣକୁ ଠିକ ରଖିଥାଏ ।