ଠକ ମାୟାରେ ପଡ଼ି ବିରାଟ ଭୁଲ କଲେ ଆଇପିଏସ ଶ୍ରେଷ୍ଠା

ନୂଆଦିଲ୍ଲୀ: ବିବାହ ଆଳରେ ଠକେଇ ଖବର ଆପଣଙ୍କ ଦୃଷ୍ଟିରେ ପଡ଼ିଥିବ । ମାତ୍ର ୟୁପିର ଜଣେ ଟାଣୁଆ ମହିଳା ଆଇପିଏସ ଅଧିକାରୀ ଜଣେ ଠକ ମାୟାରେ ପଡ଼ି ସର୍ବସ୍ୱ ହରାଇବା ଘଟଣା ଆପଣଙ୍କ କାନରେ ପଡ଼ି ନଥିବ ।

ଆଜ୍ଞା, ଆମେ ଲୋକପ୍ରିୟ ଡେପୁଟି ଏସ୍‌ପି ଶ୍ରେଷ୍ଠା ଠାକୁରଙ୍କ କଥା କହୁଛୁ । ୟୁପିର ଏହି ଲେଡ଼ି ସିଂଘମ ଠକାମିର ଶିକାର ହୋଇଛନ୍ତି । ଯୋଉ ବ୍ୟକ୍ତିକୁ ଆଇଆରଏସ ଭାବି ଶ୍ରେଷ୍ଠା ଠାକୁର ବିବାହ କଲେ, ପ୍ରକୃତରେ ସେ ଜଣେ ମସ୍ତବଡ଼ ଠକ ।

ୟୁପିର କାନପୁର ନିବାସୀ ଶ୍ରେଷ୍ଠା ଠାକୁର ପିଲାଦିନରୁ ଅସଦାଚରଣର ଶିକାର ହୋଇଥିଲେ । କାନପୁର କଲେଜରେ ପଢୁଥିବା ସମୟରେ ଜଣେ କିଶୋରଙ୍କ ଦୁଷ୍ଟାମୀର ଶିକାର ହୋଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତାଙ୍କ ଅଭିଯୋଗକୁ ସେତେଟା ଗୁରୁତ୍ୱ ଦେଲାନି । ସେହି ସମୟରୁ ଶ୍ରେଷ୍ଠା ଜଣେ ଆଇପିଏସ୍‌ ଅଧିକାରୀ ହେବେ ଓ ଛାତ୍ରୀଙ୍କୁ ହଇରାଣ କରୁଥିବା ଦୁଷ୍ଟଙ୍କୁ ଉଚିତ ଶାସ୍ତି ଦେବେ ବୋଲି ସଂକଳ୍ପ କଲେ ।

ସମୟ କ୍ରମେ ସେ ଆଇପିଏସ୍‌ ଅଧିକାରୀ ହେଲେ ମାତ୍ର ଜଣେ ଠକମାୟାରେ ପଡ଼ି ଏପରି ଭୁଲ କରିବସିଲେ ଯାହା କଲେଜ ସମୟର ଅସଦାଚରଣକୁ ବଳିଗଲା । କହିବାର କଥା ହେଲା, ନିଜକୁ ଭାରି ଚତୁର ମଣୁଥିବା ମଣିଷ ବେଳେବେଳେ ବିରାଟ ଭୁଲ କରିପାରନ୍ତି ।