ମୁହଁକୁ ସୁନ୍ଦର କରିବାକୁ ବିଭିନ୍ନ ଉପାୟ

Different ways to beautify your face

ମୁହଁରୁ ହିଁ ସୁନ୍ଦରତାକୁ ଅଧିକ ଗୁରୁତ୍ଵ ଦିଆଯାଏ

ଯଦି ମଣିଷର ମୁହଁ ସୁନ୍ଦର ନାହିଁ ତାହେଲେ ଅନେକ ସମୟରେ ନିଜକୁ ଅଭିଶପ୍ତ ମନେହୁଏ। ଅନ୍ୟସହ ନିଜକୁ ତୁଳନା କରିବାକୁ ଗଲେ ନିଜକୁ ଛୋଟ ବି ଲାଗେ। କହିବାକୁ ଗଲେ ମଣିଷର ମୁହଁ ହେଉଛି ମୁଖଶାଳା। ମୁହଁରୁ ହିଁ ସୁନ୍ଦରତାକୁ ଅଧିକ ଗୁରୁତ୍ଵ ଦିଆଯାଏ।

ସେହିପରି ସାଧାରଣତଃ ମୁହଁକୁ ସୁନ୍ଦର କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ହୁଏ। କିଏ କସମେଟିକ ବ୍ୟବହାର କରେ ତ କିଏ ଖାଦ୍ୟପାନୀୟକୁ ଗୁରୁତ୍ଵ ଦିଏ। ଆଉ କେହି କେହି ବି ଲେଜର ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀର ସାହାରା ନେଇଥାନ୍ତି।

କିନ୍ତୁ ସବୁଠୁଁ ବଡ଼ କଥା ହେଲା ମୁହଁକୁ ସରଳ ଉପାୟରେ ମଧ୍ୟ କରାଯାଇପାରେ ଉପଚାର। ଛୋଟ ଛୋଟକଥା ହେଲେ ମଧ୍ୟ ମୁହଁର ତ୍ଵଚାକୁ ସୁନ୍ଦର ଚିକ୍କଣ କରିବାକୁ ଏହିକଥା ନିହାତି ଗୁରୁତ୍ଵପୂର୍ଣ୍ଣ। ଆପଣ ଯଦି ମୁହଁର ତ୍ଵଚାକୁ ସୁନ୍ଦର ରଖିବାକୁ ଚାହୁଁଛନ୍ତି ତାହେଲେ ପାଣିର ଭୂମିକାକୁ ଭୁଲିଯାଆନ୍ତୁ ନାହିଁ। ପାଣିରେ ମୁହଁ ଧୋଇବାବେଳେ ଏହି କଥାକୁ ସବୁ ଦିଅନ୍ତୁ ଗୁରୁତ୍ଵ । ଆପଣ ଜାଣିରଖିବା ଦରକାର ପାଣିରେ ମୁହଁ ଧୋଇବା ବେଳେ ପାଣିର ତାପମାତ୍ରା କେତେ ରହିବା ଦରକାର।

ଏଠାରେ ଜାଣନ୍ତୁ ବେଶି ଥଣ୍ଡାପାଣି କିମ୍ବା ଗରମପାଣିରେ ମୁହଁ ଧୋଇବା ଭଲ ନୁହେଁ। ଅଧିକ ଥଣ୍ଡାପାଣିରେ ମୁହଁ ଧୋଇଲେ ମୁହଁରେ ଥିବା କୋଷଗୁଡ଼ିକ ରୁକ୍ଷ ହୋଇଯାନ୍ତି। ଚର୍ମ ମଧ୍ୟ ଶୁଷ୍କ ପାଲଟିଯାଏ। ପାଉଁଶିଆ ମଧ୍ୟ ଚର୍ମ ଦେଖାଯାଏ। ତୈଳାକ୍ତ ବେଶି ରହେନାହିଁ । ତେଣୁ ବେଶି ଥଣ୍ଡାପାଣିରେ ମୁହଁ ଧୋଇବା ଠିକ ନୁହେଁ।

ସେହିପରି ଗରମପାଣିରେ ମଧ୍ୟ ମୁହଁ ଧୋଇଵା ଠିକ ନୁହେଁ । କାରଣ ଗରମପାଣିରେ ମୁହଁ ଧୋଇବାଦ୍ଵାରା ମଧ୍ୟ ରୁକ୍ଷ ଓ ଶୁଷ୍କ ହୋଇଥାଏ। ମୁହଁରେ ଥିବା କୋଷଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଏ, ଫଳରେ ମୁହଁରେ କଳାଦାଗ ମଧ୍ୟ ସୃଷ୍ଟି ହୋଇଥାଏ ।

ଏଣୁ ମୁହଁ ଧୋଇବା ସମୟରେ ହାଲକା ଥଣ୍ଡାପାଣିରେ ମୁହଁ ଧୋଇବା ଦରକାର । ଯାହା ସାଧାରଣଭାବେ ମୁହଁକୁ ସୁହାଇଥାଏ । ଯଦି ମୁହଁରେ ଥଣ୍ଡା କି ଗରମର ପ୍ରଭାବ ଅନୁଭବ କରୁଛନ୍ତି ତାହେଲେ ସେ ପାଣିକୁ ବ୍ୟବହାର କରିବା ଠିକ ନୁହେଁ ।