ଆପଣ ମାନେ ସକାଳ ହେଲେ ଚାହା ପିଉଛନ୍ତି କି ପ୍ରଶ୍ନ: ମୁଁ ସକାଳେ ଯଦି ଚାହା ନ ପିଉଛି ତେବେ ମୁଣ୍ଡ ବିନ୍ଧୁଛି । ତେବେ କଣ ଚାହା ମୁଣ୍ଡବିନ୍ଧାର ଔଷଧ ଅଟେ ?

ଉତ୍ତର: ନା, ଚାହା ମୁଣ୍ଡବିନ୍ଧାର ଔଷଧ ନୁହେଁ ବରଂ ଏକ ବ୍ୟସନ ଅଟେ । ଚାହାର ସମସ୍ତ ଅବୟବ ଏସିଡିଟି ବଢାଇଥାଏ । ଚାହାରେ ଥିନ, ଟେନିନ୍,ଅକ୍ଜାଲିକ ଏସିଡ ଆଦି ତତ୍ତ୍ୱ ଥାଏ ଯାହା ଅମ୍ଳର ମାତ୍ରା କୁ ବଢାଇଥାଏ ।
ସକାଳେ ଚାହା ନପିଇବା ଦ୍ୱାରା ଯେଉଁ ମୁଣ୍ଡବିନ୍ଧା ହେଉଛି ତାହାର କାରଣ ଚାହା ନପିଇବା ନୁହେଁ ବରଂ ଜୀବନୀଶକ୍ତି ଦ୍ୱାରା ଶରୀରକୁ ସଫା କରିବା ପାଇଁ ଚେଷ୍ଟା ଅଟେ । ଯାହାର ଫଳସ୍ୱରୂପ ଗ୍ୟାସ ଓ ଅମ୍ଳ ଉପରକୁ ଉଠିଥାନ୍ତି ଓ ମୁଣ୍ଡବିନ୍ଧାର ଅନୁଭୂତି ହୋଇଥାଏ । ଯଦି କିଛିଦିନ ଏହି କଷ୍ଟକୁ ସହ୍ୟ କରିନେବେ ତେବେ ଶରୀର ଶୁଦ୍ଧ ହେବାକୁ ଲାଗିବ । ଶରୀର ଶୁଦ୍ଧ ହେଲେ ଚାହା ନପିଇଲେ ଆଉ ମୁଣ୍ଡ ବିନ୍ଧା ହେବନାହିଁ । ତଥାପି ଯଦି ଅଧିକ ଯନ୍ତ୍ରଣା ହେଉଛି ତେବେ ପ୍ରାତଃ ଶୌଚ ପରେ କିଛିଦିନ ପର୍ଯ୍ୟନ୍ତ ଏନିମା ନିଅନ୍ତୁ ତଥା ଚାହା ସ୍ଥାନରେ ଲେମ୍ବୁ, ମହୁ ପାଣି ନିଅନ୍ତୁ ଅଥବା କୌଣସି ଫଳ-ପରିବାର ରସ ପିଅନ୍ତୁ । ଏହା କ୍ଷାରୀୟ ହୋଇଥିବା କାରଣରୁ ଅମ୍ଳର ପ୍ରଭାବକୁ କମ କରିବ ଓ ଆପଣଙ୍କୁ କଷ୍ଟ ହେବନାହିଁ । ଗୋଟିଏ ମଇଳା କୁ ଦବାଇବା ପାଇଁ ଅନ୍ୟ ମଇଳା ପକାଇବା ବୁଦ୍ଧିମାନୀ ନୁହେଁ ।