୨୫ବର୍ଷ ପୂର୍ତ୍ତି ଅବସରରେ “ରଜତ ଜୟନ୍ତୀ ଉତ୍ସବ”ର ପ୍ରସ୍ତୁତି ବୈଠକ

କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅଧୀନରେ ଥିବା ଭଦ୍ରାସାହି ପଞ୍ଚାୟତ ଅନ୍ତର୍ଗତ ଝାଡ଼ଗାଁ ରେ ସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଭଦ୍ରାସାହିର ୨୫ବର୍ଷ ପୂର୍ତ୍ତି ଅବସରରେ “ରଜତ ଜୟନ୍ତୀ ଉତ୍ସବ”ର ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ନରୋତ୍ତମ ନାଏକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପରିଚାଳନା ସମିତିର ଉପ ସଭାପତି ଅନାମ ପାତ୍ର,ସମ୍ପାଦକ ଭାଗବତ ପଲେଇ,ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ପଲେଇ, କୋଷାଧ୍ୟକ୍ଷ ନବ କୁମାର ମହାନ୍ତ, ସଦସ୍ୟା ମମତା ମହାକୁଡ଼, ପ୍ରଧାନ ଆଚାର୍ଯ୍ୟ ବିମ୍ବାଧର ମହାନ୍ତ, ପୂର୍ବ ପରିଚାଳନା ସମିତିର ଶ୍ରୀମନ୍ତ କୁମାର ତ୍ରିପାଠୀ,ମିତ୍ରଭାନୁ ମହାକୁଡ଼, ଯଦୁମଣି ବାରିକ, କୁଞ୍ଜବିହାରୀ ପଲେଇ, ଧରଣୀଧର ନାଏକ, କସ୍ତୁରୀ ଓରାମ୍,ଡିମ୍ପଲ୍ ସାଣ୍ଡିଲ୍ ,କୁବେର ପଲେଇ, ଧନେଶ୍ଵର ଆପଟ୍ଟ, ନିଶିକାନ୍ତ ପଲେଇ, ଧନୁର୍ଜୟ ଗୁପ୍ତା, ସୁନିତା ମହାକୁଡ଼ ଉପସ୍ଥିତ ରହି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ “ରଜତ ଜୟନ୍ତୀ ଉତ୍ସବ ପାଳନ ସମିତି” ଗଠନ କରାଯାଇଥିଲା। ବିଦ୍ୟାଳୟର “ରଜତ ଜୟନ୍ତୀ” ଆସନ୍ତା ଏପ୍ରିଲ ମାସରେ କରିବାକୁ ଅଦ୍ୟ ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ରଜତ ଜୟନ୍ତୀ ଉତ୍ସବର ପରବର୍ତ୍ତୀ ବୈଠକ ଆସନ୍ତା ତା୧୯/୧୦/୨୦୨୨ରିଖରେ କରିବାକୁ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଶେଷରେ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।